ଡ୍ରେନକୁ ପାଣି ଯିବାକୁ ବାଟ କାଢିଲେ ଏନଏଚଆଇ କର୍ତ୍ତୃପକ୍ଷ


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି : ବର୍ଷାପାଣି ଡ୍ରେନକୁ ନଯାଇ ରାସ୍ତାରେ ଜମି ରହୁଥିଲା । ଯାହା ଫଳରେ ଅସରାଏ ବର୍ଷାରେ ପାଣିକୋଇଲି ବଜାର ଦେଇ ଯିବା ଆସିବା କରୁଥିବା ଲୋକଙ୍କୁ ପାଣିଭିତରେ ପଶି ଯିବାକୁ ପଡ଼ୁଥିଲା । ଏନେଇ ଖବର ସୂର୍ଯ୍ୟପ୍ରଭାରେ ପ୍ରକାଶ ପରେ ଜାତୀୟ ରାଜପଥ କର୍ତୁପକ୍ଷଙ୍କ ନିଦ ଭାଙ୍ଗିଥିଲା । ଏନଏଚଆଇ କର୍ତ୍ତୃପକ୍ଷ ଜେସିବି ଲଗାଇ ଜମୁଥିବା ପାଣି ସ୍ଥାନକୁ କାଟି ଡ୍ରେନକୁ ପାଣି ଯିବାର ବାଟ କାଢିଥିଲେ ।