ଆକ୍ରମଣକାରୀଙ୍କୁ ସୁରକ୍ଷା ଦେଉଛି ଟମକା ପୁଲିସ
ଜନୈକା ମହିଳାଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇ ହାତ ଭାଙ୍ଗି ଦିଆଯାଇଛି । ଟାଙ୍ଗିଆରେ ଆଙ୍ଗୁଠିକୁ ମଧ୍ୟ ଛେଛି ଦେଇ ଜିବନରୁ ମାରିଦେବାକୁ ଉଦ୍ୟମ କରାଯିବା ଘଟଣାରେ ପୁଲିସ ପକ୍ଷପାତିତା ନିତି ଅବଲମ୍ବନ କରି ଆଟେମ ଟୁ ମର୍ଡର ଭଳି ଦଫାକୁ କାଟି ୪୧ ସିଆରପିସିରେ ଜାମିନ ମଂଜୁର ହେବାଭଳି ଦଫା ଲଗାଇ ପାଲଟା ଏତଲା କରାଯାଇଛି । ଏତଲା ପ୍ରତ୍ୟାହାର ପାଇଁ ଅଭିଯୁକ୍ତ ଚାପ ପ୍ରୟୋଗ କରି ଜିବନରୁ ମାରି ଇଜ୍ଜତ ନେବାକୁ ଖୁଲମ ଖୁଲା ଧମକ ଦେଉଥିବା ବେଳେ ଟମକା ପୁଲିସ ନିରବଦ୍ରଷ୍ଟା ସାଜି ପକ୍ଷପାତିତା ନିତି ଅବଲମ୍ବନ କରୁଥିବା ସମ୍ପର୍କରେ ପୀଡିତା ପରିବାର ଶୁକ୍ରବାର ରାତିରେ ଅତିରିକ୍ତ ଏସପି କଳିଙ୍ଗନଗରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ପୁଲିସର କାର୍ଯ୍ୟ ଶୈଳୀ ଉପରେ ଅଙ୍ଗୁଳି ନିଦେ୍ର୍ଦଶ ହୋଇଛି । ସୂଚନା ଯୋଗ୍ୟ ଗତ ୨୦ତାରିଖରେ ଟମକା ଥାନା ନଛିପୁରା ଗ୍ରାମର ମମତା ପ୍ରଧାନଙ୍କୁ ସେହି ଗ୍ରାମର ରଘୁନାଥ ପ୍ରଧାନ, ଗୀତା ପ୍ରଧାନ, କ୍ଷମାକର ପ୍ରଧାନ. ନଖିଆ ପ୍ରଧାନ ପ୍ରମୁଖ ତାଙ୍କୁ ଜୋର ଜବର ଦସ୍ତ ଦଶ ହଜାର ଟଙ୍କା ମାଗିଥିଲେ । ସେ ନଦେବାରୁ ତାଙ୍କୁ ମରଣାତ୍ମକ ଆକ୍ରମଣ କରି ହାତ ଭାଙ୍ଗିଦେଇ. ଆଙ୍ଗୁଠିକୁ କ୍ଷତାକ୍ତ କରିଦେଇଥିଲେ । ଏବଂ ଜୀବନରୁ ମାରିଦେବାକୁ ପ୍ରୟାସ କରିଥିଲେ । ଏସମ୍ପର୍କରେ ମମତା ଟମକା ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ୧୮୫/୨୪ରେ ମାମଲା ପଞ୍ଜିକୃତ କରିଥିଲେ । ହେଲେ ପୀଡିତାଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଆଙ୍ଗୁଠି କ୍ଷତାକ୍ତ ହୋଇଛି । ଜୀବନରୁ ମାରିଦେବାକୁ ଉଦ୍ୟମ ମଧ୍ୟ କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି ଟମକା ପୁଲିସ ରାଜନୀତି ଚାପରେ ଆଟେନ ଟୁ ମର୍ଡÿର ଭଳି ଦଫାକୁ ଉଡାଇ ଦେଇଥିବା ଅଭିଯୋଗ ହୋଇଛି । ଏହାର ସୁଯୋଗରେ ଆକ୍ରମଣକାରୀ ଶୁକ୍ରବାର ପୁଣି ମମତା ପ୍ରଧାନଙ୍କ ଉଲଗ୍ନ କରି ମାମଲାଉଠେଇ ନନେଲେ ପେଟ୍ରୋଲ ଢାଳି ନିଆଁ ଲଗେଇ ଇଜତ ନେବାକୁ ଚେତାବନି ଦିଆଯାଇଥିବା ନେଇ ଅତିରିକ୍ତ ଏସପି କଳିଙ୍ଗନଗରଙ୍କ ନିକଟରେ ଅଭିଯୋଗ କରାଯାଇଛି । ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ କରିବାକୁ ଏସପି କାର୍ଯ୍ୟାଳୟରୁ ସୂଚନା ମିଳିଛି । ଏପଟେ ଟମକା ଆଇଆଇସି ଘଟଣା କ୍ରମଉପରେ ଲିଖିତ ଅଭିଯୋଗ ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ସହ ପୁନଏତଲା ପଞ୍ଜିକୃତ କରିବାକୁ ଆଶ୍ୱାସନା ଦେଇଥିବା ସୂଚନା ହସ୍ତଗତ ହୋଇଛି ।