"ମା'ପାଇଁ ଗଛଟିଏ’ କାର୍ଯ୍ୟକ୍ରମ
ାା ପ୍ରଭାନୁ୍ୟଜ୍ ।ା ଜଟଣୀ: ପ୍ରେସକ୍ଲବ ପକ୍ଷରୁ ଗାନ୍ଧିଜୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ଥାନୀୟ ବଅଙ୍ଗ ସରକାରୀ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ "ମା"ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆଧାରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବର ସଭାପତି ରଙ୍ଗନାଥ ବେହେରାଙ୍କ ସଂଯୋଜନାରେ ସମସ୍ତ ସଦସ୍ୟ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ବଉଳ, ଜାମୁ, ପିସ୍ତା ବାଦାମ ଭଳି ଗଛ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବକୃତା, ନୃତ୍ୟ ଏବଂ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଲା ନିଧି ସାହୁ, ସହାୟିକା ଶିକ୍ଷୟିତ୍ରୀ ସୁଜାତା ସେଠି, ମମତା ପାତ୍ର, ସଂଯୁକ୍ତା ମହାପାତ୍ର ଏବଂ ପ୍ରେସ୍ କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ, ସାମ୍ବାଦିକ ଧିରେନ ପ୍ରତିହାରୀ, ନାଗେଶ୍ୱର ରାଓ, ସଂଜୀବ ସେଠୀ , ବିଭୁ ମହାନ୍ତି, ନୀଳାମ୍ବର ମିଶ୍ର,ସାମ୍ବାଦିକା ଶ୍ରଦ୍ଧାଞ୍ଜଳି ମହାରଣା ପ୍ରମ୍ମୁଖ ଉପସ୍ଥିତିରେ କୃତିତ୍ୱ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।