ଆଲେକଜାଣ୍ଡାରଙ୍କୁ ଶ୍ରେଷ୍ଠ ପ୍ରେରଣାଦାୟକ ଶିକ୍ଷାବିତ୍ ସମ୍ମାନ

ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ଯାଜପୁର ଜିଲାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସଙ୍କୁ ଶ୍ରେଷ୍ଠ ପ୍ରେରଣାଦାୟକ ଶିକ୍ଷାବିତ୍ ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟର ଅଗ୍ରଣୀ ପତ୍ରିକା "ଇଣ୍ଟରଭ୍ୟୁ ଟାଇମ୍ସ"ର ୧୩ ତମ ବାର୍ଷିକ ଉତ୍ସବ ଏବଂ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ମେ ଫେୟାର୍ ହୋଟେଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଇଂ ଦାସଙ୍କୁ ପ୍ରେରଣାଦାୟକ ଶିକ୍ଷାବିତ୍ ସମ୍ମାନ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିବା ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କ ଠାରୁ ଇଂ ଦାସ ସମ୍ମାନ ଗ୍ରହଣ କରିଥିଲେ । ଉତ୍ସବରେ ବିଭିନ୍ନ ବିଭାଗରେ ସୁପରିଚିତ ୨୦ଜଣ ପ୍ରେରଣାଦାୟକ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଚାକିରୀ ପଛରେ ନଦୌଡ଼ି ଅନ୍ୟମାନଙ୍କ ନିମନ୍ତେ ଚାକିରୀ ସୃଷ୍ଟି କରିବା ଥିଲା ଆଲେକଜାଣ୍ଡାରଙ୍କ ଲକ୍ଷ୍ୟ ଯାହା ତାଙ୍କୁ ସାହାଯ୍ୟ କରିଥିଲା କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ ପରି ବିଶାଳ ମହାଦ୍ରୁମ ସୃଷ୍ଟି କରିବାରେ । ଛାତ୍ରଛାତ୍ରୀ ମାନଙ୍କୁ ଇନୋଭେସନ ଏବଂ ଏଣ୍ଟରପ୍ରିନିୟରସିପ ପାଇଁ ପ୍ରୋତ୍ସାହିତ କରୁଥିବା ଏହି ଶିକ୍ଷାନୁଷ୍ଠାନ ସାରା ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । କେବଳ ଶିକ୍ଷା ନୁହେଁ ପରିବେଶ ସୁରକ୍ଷା, ଇନୋଭେସନ ଓ ଉଦ୍ୟୋଗପତି ହେବା ପାଇଁ ତାଙ୍କର ଅବଦାନ ଗୁଡ଼ିକ ପ୍ରଶଂସନିୟ । ଟେକ୍ନୋଲୋଜି ଯୁଗରେ ସ୍ପିରିଚୁଆଲ ଓ ଷଷ୍ଟେନବିଲିଟି ଉପରେ ତାଙ୍କର କାର୍ଯ୍ୟ ଅତ୍ୟନ୍ତ ଗ୍ରହଣୀୟ ପାଇଁ ଆଜି ସେ ସମ୍ମାନିତ । କାର୍ଯ୍ୟକ୍ରମରେ ଯାଜପୁରର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, ଡିଆରଡିଓର ଡିଜି ଡକ୍ଟର ବିକେ ଦାସ, ନ୍ୟାସନାଲ ମୋମେଣ୍ଟମ ଅଥୋରିଟ କିଶୋର ବାସା, ଏମଜିଏମ ମିନେରାଲସ୍ର ଅଧ୍ୟକ୍ଷ ପଙ୍କଜ ମହାନ୍ତି, ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ପାରାଦ୍ୱୀପ ପୋର୍ଟ ଅଥୋରିଟ ଅଧ୍ୟକ୍ଷ ପିଏଲ୍ ହାଁସଦା, ୟୁସିସିଆଇର ପ୍ରମୁଖ ଡକ୍ଟର ପ୍ରବୋଧ ମହାନ୍ତି, ଫାଲକନ୍ ଗ୍ରୁପ୍ର ଅଧ୍ୟକ୍ଷ ପାର୍ଥଜିତ୍ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଇଂଦାସ ଏହି ସମ୍ମାନରେ ସମ୍ମାନିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି ।