ମଝିରୁ ଦୁଇ ଖଣ୍ଡ ହୋଇଗଲା କଲଭର୍ଟ

 ଯାଜପୁର,: ବଡ଼ଚଣା ବ୍ଲକରେ ଦୁର୍ନୀତିକୁ କିଭଳି ନୀତିରେ ପରିଣତ କରାଯାଇଛି, ତାହାର ବଡ଼ ପ୍ରମାଣ କଲଭଟ ଦି’ ଫାଳ ହୋଇଯିବା ଘଟଣାରୁ ଦେଖିବାକୁ ମିଳିଛି । ୩ମାସ ତଳେ ଲକ୍ଷାଧିକ ଟଙ୍କାରେ ନିର୍ମିତ କଲଭଟଟି ଉପର ଦେଇ ଗୋଟିଏ ଚିପ୍ସ ବୋଝେଇ ହାଇୱା ଯିବା ବେଳେ ହଟାତ ତାହା ମଝିରୁ ଦୁଇଖଣ୍ଡ ହୋଇଗଲା । ଫଳରେ ହାଇୱାଟି କଲଭଟରେ ଦବିଗଲା । ଏଭଳି ଚିତ୍ର ବଡ଼ଚଣା ବ୍ଲକର ସମିଆଁ ପଞ୍ଚାୟତ ଅନ୍ତର୍ଗତ କୋହ୍ଲା ଗ୍ରାମ ନିକଟ ଘୋରାଘୋରି ଠାରେ ଦେଖିବାକୁ ମିଳିଛି । ମାତ୍ର ୩ମାସ ତଳେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା କଲଭର୍ଟଟି ଉପରେ ଏକ ହାଇୱା ଟ୍ରକ୍ ଚିପ୍ସ ବୋଝେଇ କରି ଅତିକ୍ରମ କରୁଥିବା ବେଳେ ହଠାତ ସେହି କଲଭର୍ଟଟି ମଝିରୁ ଭାଙ୍ଗି ଦୁଇ ଖଣ୍ଡ ହୋଇ ଟ୍ରକ୍ ସହ ତଳକୁ ଖସି ପଡ଼ିଲା । ପଞ୍ଚାୟତରାଜ ବିଭାର ଦୁର୍ନୀତିଗସ୍ତ, ଯନ୍ତ୍ରୀ, ନିର୍ବାହୀ ଅଧିକାରୀଙ୍କ ସହ ଠିକାଦାରଙ୍କ ମିଲିଭଗତରେ ନିର୍ମିତ କଲଭଟ ଭାଙ୍ଗିଯିବା ପରେ ଉକ୍ତ ରାସ୍ତାରେ ଚଳପ୍ରଚଳ ବାଧାପ୍ରାପ୍ତ ହୋଇଛି । ମଜବୁଦ କରିବା ବଦଳରେ ଠିକାଦାର ନିମ୍ନମାନର କାର୍ଯ୍ୟ କରି ପାଉଣା ନେଇଯିବାକୁ ସମର୍ଥ ହୋଇଥିବା କୁହାଯାଉଛି । ପ୍ରଶ୍ନ ଉଠୁଛି କାର୍ଯ୍ୟ ତାଦାରକ କରୁଥିବା ଯନ୍ତ୍ରୀ କାର୍ଯ୍ୟ ବେଳେ ଯାଇଥିଲେ କୁଆଡ଼େ? କଲଭଟ କାର୍ଯ୍ୟ ମଜବୁଦ ହୋଇଛି କି ନାହିଁ ତଦାରକ କରିଥିଲେ କି ଯନ୍ତ୍ରୀ? ପାରଙ୍ଗମ ଠିକାଦାର, ଯନ୍ତ୍ରୀ ଏବଂ ଅଧିକାରୀଙ୍କ ଯୋଗୁ ସାଧାରଣ ଜନତାଙ୍କୁ କେବଳ ଯାହା ହନ୍ତସନ୍ତ ହେବାକୁ ପଡ଼ିଛ । ସୌଭାଗ୍ୟ ବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି । ଏବେ ଦେଖିବାର ଅଛି ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ।