ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ସ୍ୱଚ୍ଛତା ଅଭିଯାନ ଜନ ଆନେ୍ଦାଳନରେ ପରିଣତ ହୋଇଛି: ବିଜେପି

 ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ସେବା ପକ୍ଷ ଗାନ୍ଧୀ ଜୟନ୍ତୀରେ ଶେଷ ହୋଇଛି । ସେବା ପକ୍ଷ ପାଳନ ଅବସରରେ ରାଜ୍ୟବ୍ୟାପୀ ଦୀର୍ଘ ୧୫ ଦିନ ଧରି ବିଭିନ୍ନ ମନ୍ଦିର, ପୁଷ୍କରିଣୀ, ପାର୍କ, ଜଳାଶୟ ଆଦି ସ୍ଥାନରେ ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିିବିର, ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଜରିଆରେ ବୃକ୍ଷରୋପଣ କରାଯାଇଥିଲା  । ସେହିପରି ଜାରୀ ରହିଥିବା ସଦସ୍ୟତା ଅଭିଯାନକୁ ଆହୁରି ଅଧିକ ଗତିଶୀଳ କରାଯାଇଛି  । ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ସେବାପକ୍ଷର ଶେଷ ଦିବସରେ ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାର୍ଟିର ସଦସ୍ୟ କରାଇଥିଲେ  ।
ସାରା ଦେଶ ଆଜି ଗାନ୍ଧିଜୀଙ୍କ ଜୟନ୍ତୀ ପାଳନ କରୁଛି  । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜି ବି ଶାସ୍ୱତ ଓ ପ୍ରାସଙ୍ଗିକ ହୋଇ ରହିବା ସହିତ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ସାଜିଛି  । ଗାନ୍ଧିଜୀ ସର୍ବଦା ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସୁଥିଲେ । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତବର୍ଷରେ ଜନଆନେ୍ଦାଳନରେ ପରିଣତ କରିଛନ୍ତି  । ସେ ଦେଶର ପ୍ରଧାନ ସେବକ ଭାବେ ନେତୃତ୍ୱ ନେଇ ଭାରତବର୍ଷକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ ଓ ସେବା ପକ୍ଷର ଶେଷ ଦିନ ଉପଲକ୍ଷେ ବିଜେପି ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ସ୍ୱଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ବୁଥଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ପାର୍ଟିର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାମାନେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ସିଂ ଯାଦବ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେବାପକ୍ଷରେ ସାମିଲ ହୋଇଥିବା ସଫେଇ ଓ ଆଶାକର୍ମୀ ଏବଂ ଦିବ୍ୟାଙ୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ମୋଦିଜୀ ଗତ ୧୦ ବର୍ଷ ହେବ ଯେଉଁଭଳି ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛନ୍ତି ତାହା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଭାରତୀୟ ଜନତା ପାର୍ଟ ସମାଜର ସବୁ ବର୍ଗର ପାର୍ଟି  । 
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ସେବାପକ୍ଷ ରାଜ୍ୟ ସହ ସଂଯୋଜିକା ସ୍ମୃତି ପଟ୍ଟନାୟକ, ସଦସ୍ୟତା ଅଭିଯାନ ରାଜ୍ୟ ସଂଯୋଜକ ଅଶୋକ ମିଶ୍ର, ସ୍ୱଚ୍ଛ ଭାରତ ପ୍ରକୋଷ୍ଠ ସଂଯୋଜକ ମହେଶ ମହାନ୍ତି, ସହସଂଯୋଜକ ପଦ୍ମଜା ଦେବତା, ମହେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ  ।