ପରିଚୟ ମାଗିବାରୁ ସଂଘବଦ୍ଧ ଆକ୍ରମଣ ; ୨ ଗିରଫ

ପରିଚୟ ମାଗିବାରୁ ସଂଘବଦ୍ଧ ଆକ୍ରମଣ ; ୨ ଗିରଫ

  • ଭୁବନେଶ୍ୱର, ୨ା୯ : ଅନୁପ୍ରବେଶ ସନେ୍ଦହ ହେବାରୁ ସକାଳୁ ସକାଳୁ ଜଣେ କବାଡ଼ିଆଙ୍କୁ ଜଣେ ପଥଚାରୀ ତାଙ୍କର ପରିଚୟ ମାଗିଥିଲେ । ହେଲେ ସେ ନିଜର ପରିଚୟ ବଦଳରେ ଫୋନରେ ୪୦ରୁ ୫୦ ଜଣ କବାଡିଆଙ୍କୁ ଡକାଇ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଜଣ କବାଡିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବାକି ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢ଼ାଉ ଜାରି ରଖିଛି ପୁଲିସ । ଗିରଫ ୨ ଅଭିଯୁକ୍ତ ହେଲେ, ଇନଫୋସିଟି ଥାନା ଅଧିନ ଶିଖରଚଣ୍ଡୀ ମୁସଲିମ ବସ୍ତିର ସେଖ୍ ଇସାରିଫିଲ ଓ ସେଖ୍ ହାସନୁର୍ ।
     ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ଶିବଶଙ୍କର ନାୟକ ରବିବାର ସକାଳୁ ନାଗେଶ୍ୱର ରେସିଡେନ୍ସି ଅଭିମୁଖେ ଚାଲିଚାଲି ଯାଉଥିବା ବେଳେ, ଓମ୍ ପ୍ଲାଜା ନିକଟରେ ଜଣେ କବାଡିଆକୁ ଭେଟିଥିଲେ । ଏହି ସମୟରେ ଓଡ଼ିଶାକୁ ବାଙ୍ଗଲାଦେଶୀ ଅନୁପ୍ରବେଶକୁ ସରକାର ବିଭିନ୍ନ ଥାନାକୁ ନଜର ରଖିବାକୁ କଡା ନିଦେ୍ର୍ଦଶ ଦେଇଥିବା ନେଇ ତାଙ୍କର ସନେ୍ଦହ ହୋଇଥିଲା । ଯାହାକୁ ନେଇ ସେ ତାଙ୍କୁ ତାଙ୍କ ପରିଚୟପତ୍ର ଦେଖାଇବାକୁ କହିଥିଲେ  । ଏହି ସମୟରେ କବାଡିଆ ଜଣଙ୍କ ନିଜର ପରିଚୟ ଦେଖାଇବା ବଦଳରେ ସେ ମୋବାଇଲରେ କଲ କରି ମୁସଲିମ ବସ୍ତିରୁ ୪୦ରୁ ୫୦ ଜଣ କବାଡିଆ ଓ ସମ୍ପର୍କିୟଙ୍କୁ ଡ଼ାକି ଅଭିଯୋଗକାରୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ଆରମ୍ଭ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଇନଫୋସିଟି ଥାନା ପୁଲିସ ପହଞ୍ଚି ଅଭିଯୋଗକାରୀଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିବା ସହ ତାଙ୍କୁ ନକଟସ୍ଥ ହସ୍ପିଟାଲକୁ ପଠାଇଥିଲା । ଅନ୍ୟ ପଟେ ଏଭଳି କାଣ୍ଡ ଭିବାଇଥିବା ୨ ମୁଖ୍ୟଙ୍କୁ କାବୁ କରି ଥାନାକୁ ନେଇଥିଲା ପିସିଆର । ଏନେଇ ଅଭିଯୋଗକାରୀ ଥାନାକୁ ଯାଇ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଧରିବାକୁ ସିସିଟିଭି ଫୁଟେଜ୍ ଦ୍ୱାରା ଚିହ୍ନଟ କରି ଚଢ଼ାଉ ଜାରି ରଖାଯାଇଛି ।