ମଦ ଦୋକାନରେ ବିକ୍ରି ହେଉଥିଲା ନକଲି ମଦ
-
ଚଢ଼ଉ କଲା ଅବକାରୀ ବିଭାଗ ; ୫୦ ଲକ୍ଷର ମଦରେ ଚଢ଼ିଲା ବୁଲ ଡୋଜର
ଭୁବନେଶ୍ୱର,୧୬ ।୯: ରାଜଧାନୀରେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ବିକ୍ରି ହେଉଥିଲା ନକଲି ମଦ । ଚକମା ଖାଇଲେ ରାଜଧାନୀ ମଦୁଆ । ଅସଲି ଭାବି ସରକାରୀ ମଦ ଦୋକାନରୁ ପିଉଥିଲେ ନକଲି ମଦ । ଏହି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନଟି ରହିଛି ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ । ସେହି ଦୋକାନରେ ଦୀର୍ଘ ଦିନ ଧରି ନକଲି ମଦ ବିକ୍ରି ହେଉଥିଲା । ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଆଜି ଅଚାନକ ସେହି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଚଢ଼ଉ କରିଥିଲା । ପରେ ୫୦ ଲକ୍ଷ ଟଙ୍କାର ବିଭିନ୍ନ ବ୍ରାଣ୍ଡର ମଦକୁ ଜବତ କରାଯାଇ ତାହା ଉପରେ ବୁଲ ଡ୍ରୋଜର ଚଢ଼ାଯାଇଛି । ଏତିକି ବେଳେ ମଦ ଦୋକାନର ମାଲିକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏଭଳି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀରୁ ନକଲି ମଦ ମିଳିବା ପରେ ମଦୁଆଙ୍କ ଅକଲ ଗୁଡୁମ୍ ହୋଇଯାଇଛି ।
ସୂଚନା ଯୋଗ୍ୟଯେ, ବରମୁଣ୍ଡାରେ ରହିଛି ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ । ସେହି ଦୋକାନରେ ଦୀର୍ଘ ଦିନ ଧରି ନକଲି ମଦ ବିକ୍ରି ହେଉଥିଲା । ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ସୋମବାର ଦିନ ଅଚାନକ ସେହି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ବିପୁଳ ପରିମାଣର ନକଲି ମଦ ଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ରହିଛି ଦେଶୀ-ବିଦେଶୀ ହାଇଫାଇ ମଦ ଓ ବିଭିନ୍ନ ବ୍ରାଣ୍ଡର ବିଅର । ଅଭିଯୋଗ ଅନୁସାରେ ନାମୀଦାମୀ ମଦ ବୋତଲର ଲେବୁଲ ଓ ଠିପି ଖୋଲାଯାଇ ସେଥିରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶ୍ରଣ କରାଯାଉଥିଲା । ଆଉ ତା’ପରେ ତାକୁ ଚଢ଼ÿା ଦରରେ ବିକ୍ରି କରାଯାଉଥିଲା । ମଦୁଆମାନେ ନକଲି ଜାଣିନପାରି ମଦ କିଣି ପିଇ ଯାଉଥିଲେ । ଅବକାରୀ ବିଭାଗ ସେହି ମଦ ଦୋକାନକୁ ଆଜି ସିଲ କରିଛି । ଏଥିସହ ମଦ ଦୋକାନରେ ଥିବା ସବୁ ମଦକୁ ଯାଞ୍ଚ କରିବା ସହିତ ନକଲି ମଦକୁ ବୁଲ ଡୋଜର ମଡାଇ ଭଙ୍ଗା ଯାଉଛି । ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ମଦ ଭଙ୍ଗା ଯାଇଥିବା ଅନୁମାନ କରାଯାଉଛି । ହେଲେ ମଦ ଦୋକାନ ମାଲିକ ଫେରାର ହୋଇଯାଇଛି ।
ଖବର ପାଇ ଅବକାରୀ କମିଶନର ନରସିଂହ ଭୋଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେ କହିଛନ୍ତି, ଅସଲି ମଦ ପାଇବା ପାଇଁ ଗ୍ରାହକଟିଏ ସରକାରୀ ମଦ ଦୋକାନକୁ ଆସିଥାଏ । ଯାହାକୁ ପିଇଲେ ଶରୀର ପ୍ରତି ବିଶେଷ କିଛି ହାନୀକାରକ ହେବନାହିଁ । ଯଦି ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଡୁପ୍ଲିକେଟ୍ ମଦ ବିକ୍ରି ହୁଏ, ତାହାହେଲେ ତାକୁ ଆମେ ସହ୍ୟ କରିପାରିବୁ ନାହିଁ । ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ସେହି ଦୋକାନରେ ଥିବା ଅରଜିନାଲ୍ ମଦ ସମେତ ଡୁପ୍ଲିକେଟ୍ ମଦକୁ ନଷ୍ଟ କରିବୁ । ନୂଆ ଆଇନ୍ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ସେମାନେ ଯେମିତି ଜେଲ୍ ଦଣ୍ଡ ଭୋଗିବେ, ସେହି ଦିଗରେ ପଦକ୍ଷେପ ନିଆଯିବ । ତାଙ୍କର ରାଇସେନ୍ସ ରଦ୍ଦ ପାଇଁ ବ୍ୟବସ୍ଥା କରିବୁ ବୋଲି ଭୋଳ କହିଛନ୍ତି । ସେ ଆହୁରି କହିଛନ୍ତି, ଆଗାମୀ ଦିନରେ ସବୁ ଲାଇସେନ୍ସପ୍ରାପ୍ତ ଦୋକାନରେ ଯାଞ୍ଚକୁ କଡାକଡି କରାଯିବ । ଏଥିସହ ଅଚାନକ ଚଢ଼ଉ କରାଯିବ । ଯେଉଁମାନେ ନକଲି ମଦ ବିକ୍ରି କରୁଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଭୋଳ କହିଛନ୍ତି ।