ଖରା ପାଇଁ ରାଜଧାନୀରେ ଟ୍ରାଫିକ୍ ପୁଲିସ ପିନ୍ଧିଲେ ଏସି ହେଲମେଟ୍

ଖରା ପାଇଁ ରାଜଧାନୀରେ ଟ୍ରାଫିକ୍ ପୁଲିସ ପିନ୍ଧିଲେ ଏସି ହେଲମେଟ୍


   ଭୁବନେଶ୍ୱର, ୨୦ା୪ : ଦିନକୁ ଦିନ ବଢୁଛି ରାଜଧାନୀ ତାତି । ଅସମ୍ଭାଳ ତାତିରେ ଆଉଟୁ ପାଉଟୁ ହେଉଛି ରାଜଧାନୀବାସୀ । ଏହା ସହ ଡହ ଡହ ଖରାରେ ଲୋକେ ଘରୁ ବାହାରି ପାରୁନଥିବା ବେଳେ କମିଶନରେଟ୍ ପୁଲିସର ଭୁବନେଶ୍ୱର ଓ କଟକର ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ଟ୍ରାଫିକ୍ କର୍ମଚାରୀ ମାନେ ୮ ଘଣ୍ଟା 
ଛିଡା ହୋଇ ଲୋକଙ୍କ ସେବା ଯୋଗାଉଛନ୍ତି । ହେଲେ ସେମାନଙ୍କ ଦୁଖଃ କେହି ବୁଝିବାକୁ ନଥିବା ବେଳେ, ଏହି ଖରାରୁ ମୁକ୍ତି ପାଇବା ପାଇଁ ଏଥର ଟ୍ରାଫିକ୍ ପୁଲିସ ବ୍ୟବହାର କରିବେ ଏସି ହେଲମେଟ୍ । ଗ୍ରୀଷ୍ମ ଋତୁରେ ଏହି ହେଲମେଟ୍ ମୁଣ୍ଡ ଓ ଶରୀର ଥଣ୍ଡା ରଖିବ । ଯେତେ ଗରମ ହେଲେ ମଧ୍ୟ ତାତିରୁ ଆଶ୍ୱସ୍ତି ମିଳିବ । ଶନିବାର ଦିନ ପରୀକ୍ଷା ମୂଳକ ଭାବେ ଭୁବନେଶ୍ୱରରେ ଏହି ହେଲମେଟ୍ ବ୍ୟବହାର ହୋଇଛି । ଭଲ ଫିଡ୍ୱେକ୍ ଆସିଲେ, ଟ୍ରାଫିକ୍ କର୍ମ·ରୀଙ୍କୁ ଯୋଗାଇ ଦିଆଯିବ ବୋଲି କଟକ-ଭୁବନେଶ୍ୱର ପୁଲିସ କମିଶନର ସଞ୍ଜିବ୍ ପଣ୍ଡା କହିଛନ୍ତି ।
 ସୂଚନାଯୋଗ୍ୟଯେ, ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ବଢ଼ି ·ଲିଛି ତାତି । ଅସମ୍ଭାଳ ତାତିରେ ଆଉଟୁ ପାଉଟୁ ହେଉଛି ରାଜଧାନୀ ଭୁବନେଶ୍ୱର ଓ କଟକ ବାସୀ । ଏପରି ସ୍ଥିତିରେ ଛକ ଛକରେ ଟ୍ରିଫିକ୍ ଡୁ୍ୟଟିରେ ମୁତୟନ ଥିବା କର୍ମ·ରୀଙ୍କ ଅବସ୍ଥା ମଧ୍ୟ ହେବାଲ ହୋଇପଡୁଛି । ତେଣୁ ସେମାନଙ୍କ ପାଇଁ ଆସିଛି ଏସି ହେଲମେଟ୍ । ଅର୍ଥାତ ଟ୍ରାଫିକ୍ ପୁଲିସ କର୍ମ·ରୀମାନେ ଏସି ହେଲମେଟ୍ ପିନ୍ଧି ଡୁ୍ୟଟି କରିବେ । ଏହି ଏସି ହେଲମେଟ୍ ବ୍ୟବହାର କଲେ ତାତିରୁ ଆଶ୍ୱସ୍ତି ମିଳିବ । ପୂର୍ବରୁ ଗୁଜରାଟ୍, ପଶ୍ଚିମବଙ୍ଗ ଓ ଦକ୍ଷିଣ ଭାରତରେ କିଛି ରାଜ୍ୟରେ ପୁଲିସ ଏହି ଏସି ହେଲମେଟ୍ ବ୍ୟବହାର କରୁଛି । ଗ୍ରୀଷ୍ମ ଋତୁରେ ଟ୍ରାଫିକ୍ ଡୁ୍ୟଟିରେ ମୁତୟନ ହେଉଥିବା କର୍ମ·ରୀଙ୍କ ପାଇଁ ଏହି ହେଲମେଟ୍ ବେଶ୍ ଲାଭ ଦାୟକ ।
 ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ପରୀକ୍ଷା ମୂଳକ ଭାବେ ଏହି ଏସି ହେଲମେଟକୁ କର୍ମ·ରୀମାନେ ବ୍ୟବହାର କରୁଛନ୍ତି । ସେମାନଙ୍କଠାରୁ ଫିଡ୍ୱ୍ୟାକ୍ ନିଆଯିବ । ଯଦି ଫିଡ୍ୱ୍ୟାକ୍ ଭଲ ରହିଥିଲା, ତାହାହେଲେ କର୍ମ·ରୀଙ୍କୁ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିବୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏସି ହେଲମେଟ୍ ଯୋଗାଉଥିବା ସଂସ୍ଥା ସଞ୍ଜୟ ଯୋଷୀ ମଧ୍ୟ କହିଛନ୍ତି, ୫୫ ଡିଗ୍ରୀ ତାପମାତ୍ରା ପର୍ଯ୍ୟନ୍ତ ଏହି ହେଲମେଟ୍ କାମ ଦେଇପାରିବ । ମୁଣ୍ଡ ଓ ଶରୀରକୁ ଥଣ୍ଡା ରଖିବ । ଏହି ଏସି ହେଲମେଟ୍ ବ୍ୟବହାରେ କୌଣସି ଅସୁବିଧା ହେବନାହିଁ । କିନ୍ତୁ ଯେଉଁମାନେ ପ୍ରଥମେ ଥର ପାଇଁ ବ୍ୟବହାର କରିବେ, ସେମାନଙ୍କୁ ଟିକେ ଟିକେ ଅଡୁଆ ଲାଗିପାରେ । ପରବତ୍ତୀ ସମୟରେ ସବୁକିଛି ଠିକଠାକ୍ ହୋଇଯିବ । ମେକ୍ ଇନ୍ ଇଣ୍ଡିଆରେ ଏହି ଏସି ହେଲମେଟ୍ ତିଆରି ହୋଇଛି । ଆବଶ୍ୟକ ମୁତାବକ ଯୋଗାଇ ଦିଆଯାଇ ପାରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।