ଟାଟା ଷ୍ଟିଲ୍ କର୍ମଚାରୀଙ୍କ ପକ୍ଷରୁ ବୃଦ୍ଧାଶ୍ରମ ପରିଦର୍ଶନ: ପ୍ରଦାନ କଲେ ଅତ୍ୟାବଶ୍ୟକୀୟ ସାମଗ୍ରୀ
ଆଖପାଖ ଲୋକଙ୍କ ସେବା ପ୍ରତି ଥିବା ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍ଏଏମ୍ଡି)ର କର୍ମଚାରୀମାନେ ସହରସ୍ଥିତ ‘ସ୍ନେହ ମନ୍ଦିର ବୃଦ୍ଧାଶ୍ରମ' ନିବାସ ପରିଦର୍ଶନ କରି ସେମାନଙ୍କୁ ରାସନ, ଫଳ ଓ ପ୍ରସାଧନ ସାମଗ୍ରୀ ଆଦି ପ୍ରଦାନ କରିଥିଲେ । କର୍ମଚାରୀମାନେ କମ୍ପାନିର ଏହି କର୍ମଚାରୀ ସ୍ୱେଚ୍ଛାସେବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । କର୍ମଚାରୀମାନେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ସମୟ ବିତାଇବା ସହ ସେମାନଙ୍କ କାହାଣୀ ଶୁଣି ଏକ ବନ୍ଧୁତାର ଭାବ ବିନିମୟ କରିଥିଲେ । ଏହି ଅବସରରେ ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନର ଏକଜିକୁ୍ୟଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, "କର୍ମଚାରୀ ସ୍ୱେଚ୍ଛାସେବା କାର୍ଯ୍ୟକ୍ରମ ଜରିଆରେ ଆମେ ସମାଜ ସହିତ ଏକ ବନ୍ଧୁତ୍ୱପୂର୍ଣ ସମ୍ପର୍କ ସୃଷ୍ଟି କରି ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କ କଲ୍ୟାଣ କରିପାରୁଛୁ । ଆମର ବିଶ୍ୱାସ ରହିଛି ଯେ ଆମର ଏହି ଛୋଟ ଛୋଟ ପଦକ୍ଷେପଗୁଡିକ ଉଲ୍ଲେଖନୀୟ ପ୍ରଭାବ ପକାଇପାରିବ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କର୍ମଚାରୀମାନେ ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କୁ ଚାଉଳ, ଡାଲି, ତେଲ, ଚିନି, ପ୍ରସାଧନ ସାମଗ୍ରୀ ଓ ବିଭିନ୍ନ ପ୍ରକାର ଫଳମୂଳ ପ୍ରଦାନ କରିଥିଲେ । ଯାହା ବରିଷ୍ଠ ନାଗରିକମାନଙ୍କ ପୁଷ୍ଟିକର ଖାଦ୍ୟ ଓ ସ୍ୱଚ୍ଛତା ସାମଗ୍ରୀର ଆବଶ୍ୟକତାକୁ ପୂରଣ କରିବ । ସେମାନଙ୍କ ସହ ସମୟ ବିତାଇବା ଓ କାର୍ଯ୍ୟ ପାଇଁ ଅନ୍ତେବାସୀମାନେ କମ୍ପାନିର କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଟାଟା ଷ୍ଟିଲ୍ ସ୍ୱେଚ୍ଛାସେବା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ଶିକ୍ଷାଠାରୁ ଆରମ୍ଭ କରି ପରିବେଶ ଦୀର୍ଘସ୍ଥାୟୀତ୍ୱ ମାଧ୍ୟମରେ ଆଖପାଖ ଲୋକଙ୍କ ସେବାରେ ସାମିଲ ରହିଆସିଛି । କମ୍ପାନୀ ଓ କର୍ମଚାରୀମାନଙ୍କ ମିଳିତ ସହଯୋଗିତାରେ ସମାଜରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଲାଗି କମ୍ପାନିର ରହିଥିବା ପ୍ରତିବଦ୍ଧତାକୁ ଏହି ବୃଦ୍ଧାଶ୍ରମ ପରିଦର୍ଶନ କାର୍ଯ୍ୟକ୍ରମ ଦର୍ଶାଉଛି ।