ଯୋଗ ଶିବିର


ଆନ୍ତର୍ଜାତିକ ବୟସ୍କ ନାଗରିକ ଦିବସ ଅବସରରେ ବାଲେଶ୍ୱର ସହର ସ୍ଥିତ ସହଦେବଖୁଣ୍ଟା ଚାନ୍ଦମାରୀ ପଡ଼ିଆରେ ଅବସ୍ଥିତ ଅମୃତଧାରା ବୃଦ୍ଧାଶ୍ରମରେ ଏକ ଯୋଗ ଶିବିର ମା’ଲଳିତେଶ୍ୱରୀ କାଳୀମନ୍ଦିର ଯୋଗ କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ଯୋଗ, ପ୍ରାଣାୟାମ ଶିକ୍ଷା ସହିତ ଶେଷ ସମୟରେ ଭଗବାନଙ୍କ ନାମ ଜପ କରିବା ପାଇଁ ସହଜ ଶିକ୍ଷା ପ୍ରଦାନ କରାଯାଇଥିଲା । ସେମାନଙ୍କ ପାଇଁ ରାତି୍ରଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ଅବସରରେ ଯୋଗ କେନ୍ଦ୍ରର ଯୋଗଗୁରୁ ସୁଜିତ୍ କୁମାର ଜେନା ଯୋଗଶିକ୍ଷା ପ୍ରଦାନ କରିଥିଲେ । କେନ୍ଦ୍ରର ସଭାପତି ପ୍ର. ଜୟସ୍ମିତା ନାୟକ, ଉପସଭାପତି  ରୀତା ରାଉତଙ୍କ ସମେତ ଜ୍ୟୋସ୍ନାଲତା ଜେନା, ସୁଜାତା ପଣ୍ଡା, ହରପି୍ରୟା ରଣା, ମୀନା ସେଠୀ, ଲୁନା ପତି, ବ୍ୟାସଦେବ ରାଉତ, ସଞ୍ଜୟ ସେନାପତି, ମୋନାଲିସା ସେନାପତି, ରାଧାକାନ୍ତ ଦାସ, ମିନତୀ ଦାସ ଓ ଶଶୀକାନ୍ତ ମହାନ୍ତି ପ୍ରଭୃତି ଅନ୍ତେବାସୀମାନଙ୍କ ସହିତ ଅନ୍ତରଙ୍ଗ ଆଳାପ ଆଲୋଚନା ମାଧ୍ୟମରେ ସେମାନଙ୍କର ମାନସିକ ଅବସ୍ଥାର ପରିବର୍ତ୍ତନ ପାଇଁ ଯୋଗର ଆବଶ୍ୟକତାକୁ ବୁଝାଇଥିଲେ । ବୃଦ୍ଧାଶ୍ରମର ସହାୟକ ପ୍ରଭାତ ବାବୁ ଓ ଅନ୍ୟମାନେ ସହଯୋଗ କରିଥିଲେ ।