ପାଣି ଟାଙ୍କିରୁ ଖସି ଯୁବକଙ୍କ ,  ଶବ ବ୍ୟବଚ୍ଛେଦକୁ ନେଇ ମେଡିକାଲରେ ଉତ୍ତେଜନା


ାା ପ୍ରଭାନୁ୍ୟଜ୍ ।ା ନୀଳଗିରି : ନିଳଗିରି ବ୍ଲକର ମଛୁଆ ପଞ୍ଚାୟତ ଅଧିନସ୍ଥ ବଡ଼କାଳିଆପଦା ଗ୍ରାମର ଯୋଗୀ ମହାନ୍ତିଙ୍କ ପୁଅ ଅକ୍ଷୟ ମହାନ୍ତି (୨୯) ଗ୍ରାମରେ ଥିବା ବସୁଧା ଯୋଜନାରେ ନିର୍ମିତ ଓଭର ହେଡ  ଟାଙ୍କିକୁ ଚଢ଼ି ଯାଇଥିଲା । ଟାଙ୍କି ଶିଢିରେ କୌଣସି ସୁରକ୍ଷା ରେଲିଂ ନଥିବାରୁ ଅକ୍ଷୟ ୬୦ଫୁଟ୍ ତଳକୁ ଖସି ପଡ଼ିବାରୁ ଘଟଣା ସ୍ଥଳରେ ତାର ମୃତୁ୍ୟ ଘଟିଥିଲା । ପରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡିକାଲ ଆଣିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ସମସ୍ତ କାଗଜ ପତ୍ର ଆଣି ଡାକ୍ତରଙ୍କୁ ପ୍ରଦାନ କରିଥିଲେ । ମାତ୍ର ଡାକ୍ତର ତ୍ରିନାଥ ପାଲ ଶବ ବ୍ୟବଚ୍ଛେଦ କରିନଥିଲେ । ଏହାକୁ କେନ୍ଦ୍ର କରି ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏପରିକି ପରିବାର ଲୋକେ ଡାକ୍ତର ପାଲ୍ଙ୍କୁ ଘରକୁ ଛାଡ଼ିନଥିଲେ । ପରେ ପୁଲିସ ମେଡିକାଲରେ ପହଞ୍ଚି ପରିବାର ଲୋକଙ୍କୁ ବୁଝା ଶୁଝା କଲା ପରେ ପରିବେଶ ଶାନ୍ତ ପଡ଼ିଥିଲା । ନୀଳଗିରି ପୁଲିସ ପକ୍ଷରୁ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ଯୁବକ ଜଣକ କଣ ପାଇଁ ଟାଙ୍କି ଉପରୁ ଯାଇଥିଲା ତାହା ଏବେ ସନେ୍ଦହ ଘେରରେ । ତେବେ ଯୁବକ ଜଣକ ମାନସିକତା ସଠିକ୍ ନଥିବାର ଶୁଣିବାକୁ ମିଳୁଛି ।