ୱାକାଥନ ନିମନ୍ତେ ପ୍ରସ୍ତୁତି
ାା ପ୍ରଭାନୁ୍ୟଜ ।ା ନୀଳଗିରି: ଭାରତ ସରକାରଙ୍କ ନିର୍ବାଚନ କମିଶନର ଓ ଓଡ଼ିଶା ସରକାରଙ୍କ ଗୃହ ମନ୍ତ୍ରାଳୟ (ନିର୍ବାଚନ) ଭୁବନେଶ୍ୱରଙ୍କ ନିଦେ୍ର୍ଦଶକ୍ରମେ ଫୋଟ ଇଲେକ୍ଟ୍ରଲ ରୋଲ ୨୦୨୫ ସତନ୍ତ୍ର ସଂଶୋଧନ ପ୍ରକ୍ରିୟା ପରିପ୍ରେକ୍ଷୀରେ ପଥ ଉତ୍ସବ ଓ ୱାକଥନ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରିଣୀ ଶୁଭଶ୍ରୀ ରଥଙ୍କ ଅଧ୍ୟକ୍ଷତାରେ ନିଜ କାର୍ଯ୍ୟାଳୟରେ ଉପଖଣ୍ଡସ୍ତରୀୟ ଓ ବିଭିନ୍ନ ବିଭାଗର ବିଭାଗୀୟ ପଦାଧିକାରୀ ଏବଂ ବିଭିନ୍ନ ମହାବିବ୍ୟାଳୟର କର୍ମକର୍ତ୍ତା ଯୋଗ ଦେଇଥିଲେ । ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନର ସମସ୍ତ ଭୋଟର ଏବଂ ଆସନ୍ତା ୧.୧.୨୫ସୁଦ୍ଧା ୧୮ବର୍ଷ ପୂର୍ତ୍ତି ଭୋଟରଙ୍କୁ ସଚେତନ କରାଯିବା ଉଦେ୍ଦଶ୍ୟରେ ପଥ ଉତ୍ସବ ଓ ୱାକଥନ କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ଅଧ୍ୟକ୍ଷ ଆଲୋକପାତ କରିଥିଲେ । ଏହି ପ୍ରସ୍ତୁତି ବୈଠକ ଭୋଟର ସଚେତନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନା ଧର୍ମୀ ବକ୍ତୃତା, ରଙ୍ଗେଲି , ପାଲା, ଦସ୍ତଖତ ଅଭିଯାନ ଅଭିନୟ କରାଯିବା ପାଇଁ ସ୍ଥିର କରାଗଲା । ଉକ୍ତ କାର୍ଯ୍ୟକ୍ରମକୁ ଆସନ୍ତା ୨୯.୧୦.୨୦୨୪ତାରିଖ ଠାରୁ ବିଧିବଦ୍ଧ ଭାବେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।