ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ରକ୍ତଦାନ ଶିବିର
ାା ପ୍ରଭାନୁ୍ୟଜ୍ ।ା ବାଲେଶ୍ୱର : ସ୍ଥାନୀୟ ସହଦେବଖୁଣ୍ଟା ସ୍ଥିତ ଫିରିଙ୍ଗି ପାଟଣା ବିଦ୍ୟାଳୟ ପରିସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ରଙ୍କ ନିଦେ୍ର୍ଦଶ କ୍ରମେ ନଗର ଯୁବମୋର୍ଚ୍ଚା ସଭାପତି ଦେବବ୍ରତ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ରକ୍ତ ଦାନ ଶିବିରକୁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଫିତା କାଟି ଆନୁଷ୍ଠାନିକ ରୂପେ ଉଦଘାଟନ କରିଥିଲେ । ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ ଦତ୍ତ ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ ମହିଳାମୋର୍ଚ୍ଚା ନେତ୍ରୀ ସୁଷମା ରାଣୀ ବିଶ୍ୱାଳ, ନଗର ବିଜେପି ସଭାପତି ଚିତ୍ତରଞ୍ଜନ ପଣ୍ଡା, ଉପସଭାପତି ଶଶି ଶେଖର ମହାନ୍ତି ପ୍ରମୁଖ ଯୋଗଦାନ କରି ସମସ୍ତ ରକ୍ତ ଦାତାଙ୍କୁ ଉସôାହିତ କରିଥଲେ । ବାଲେଶ୍ୱର ବ୍ଲଡ଼ ବ୍ୟାଙ୍କର ମୁଖ୍ୟ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ସମସ୍ତ ରକ୍ତଦାତାଙ୍କୁ ରକ୍ତଦାନର ମହତ୍ତ୍ୱ ବୁଝାଇଥିଲେ । ଦିନକୁ ଦିନ ବାଲେଶ୍ୱର ବ୍ଲଡ଼ ବ୍ୟାଙ୍କରେ ରକ୍ତର ଅଭାବ ୁ ଆଖି ଆଗରେ ରଖି ସାରା ଜିଲ୍ଲାରେ ସମସ୍ତ ୫୦ ଗୋଟି ଜୋନରେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯିବା ନେଇ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରାଜେଶ୍ ମହାପାତ୍ର କହିଥିଲେ ।