ସୁଭଦ୍ରା ଫର୍ମ ଜମା ପାଇଁ ଟଙ୍କା ଆଦାୟ ଅଭିଯୋଗ 

Subhadra Form

ସୁଭଦ୍ରା ଫର୍ମ ଜମା ପାଇଁ ଟଙ୍କା ଆଦାୟ ଅଭିଯୋଗ 

।। ପ୍ରଭାନ୍ୟୁଜ୍‌ ।। ରାଜନଗର :  ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଆବେଦନ କରିବାକୁ ଘୋଷଣା କଲେ । ଜନସେବା କେନ୍ଦ୍ରଗୁଡିକରେ ବିନାଦେୟରେ ଆବେଦନ କରିବା ପାଇଁ ସୁବିଧା କରିଥିବା ପ୍ରଚାର ପ୍ରସାର କରିଥିଲେ । ମାତ୍ର ଜନସେବା କେନ୍ଦ୍ରଗୁଡିକ ଏହାର ସୁଯୋଗ ନେଇ ମହିଳାମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅଂଚଳରେ ଦେଖିବାକୁ ମିଳିଛି । ତାଳଚୁଆଠାରେ ଏକାଧିକ ଜନସେବା କେନ୍ଦ୍ର କାର୍ଯ୍ୟ କରୁଛି । ଲୋକମାନେ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଆସିଲେ ଦେଢ ଶହରୁ ଦୁଇଶହ ଟଙ୍କା ଦେବାକୁ ପଡୁଛି । ସୁଭଦ୍ରା ଆବେଦନ ପାଇଁ ମହିଳାମାନେ ସକାଳୁ ରାତି ଯାଏ ଜନସେବା କେନ୍ଦ୍ର ନିକଟରେ ଭିଡ ଜମାଉଥିବାରୁ ମହିଳାମାନଙ୍କୁ ଶୋଷଣ କରିବାକୁ ସେମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଛି । ଯେଉଁ ମହିଳାମାନେ ଟଙ୍କା ଦେବାକୁ ରାଜି ନହେବାରୁ ଜନସେବା କେନ୍ଦ୍ରର ମାଲିକମାନେ ଫେରାଇ ଦେଉଥିବା ଅଭିଯୋଗ ହୋଇଛି । ଖାଲି ଏହି ଗୋଟିଏ ବଜାର ନୁହେଁ, ସମଗ୍ର ୨୯ଟି ପଚାଂୟତରେ ଥିବା ଜନସେବା ଓ ମୋ-ସେବା କେନ୍ଦ୍ରଗୁଡିକରେ ମହିଳାମାନଙ୍କଠାରୁ ଶହେ ରୁ ଦୁଇଶହ ଟଙ୍କା ଆଦାୟ ହେଉଥିବା ଅଭିଯୋଗ ହୋଇଛି । ଏହି ବ୍ଲକରେ ୧୦୨ଟି ଜନସେବା କେନ୍ଦ୍ର ଓ ୩୬ଟି ମୋ-ସେବା କେନ୍ଦ୍ର ରହିଛି । ବ୍ଲକ ସମାଜ ମଙ୍ଗଳ ଅଧିକାରୀ ତଥା ସୁଭଦ୍ରା ଯୋଜନାର ନୋଡାଲ ଅଫିସର ମନୋଜ ବେହେରାଙ୍କୁ ପଚାରିବାରୁ ଆମେ ସେମାନଙ୍କୁ ଡାକି ମିଟିଙ୍ଗ କରିଥିଲୁ । କୈ÷ାଣସି ମହିଳାଙ୍କଠାରୁ ଟଙ୍କାଟିଏ ନନେବାକୁ କହିଥିଲୁ । ସେମାନଙ୍କୁ ଫର୍ମ ଅନୁଯାୟୀ ସରକାର ଟଙ୍କା ଦେବେ ବୋଲି କହିଥିଲୁ । ଖୁବଶିଘ୍ର ତଦ" କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅପରପକ୍ଷରେ ତାଳଚୁଆ ନୋଡାଲ ଅଫିସର ଦାୟିତ୍ୱରେ ଥିବା ହୃଷିକେଶ ସେଠୀଙ୍କୁ ପଚାରିବାରୁ କେତୋଟି ଜନସବୋ ଓ ମୋ-ସେବା କେନ୍ଦ୍ର ଅଛି ଠିକ ଭାବେ କହିପାରିବି ନାହିଁ । ବିଡିଓ ଆମକୁ ମେସେଜ କରିଛନ୍ତି । ଆମେ ଯାଇ ତଦନ୍ତ କରିବୁ ବୋଲି କହିଛନ୍ତି । ସବୁଠାରୁ ବଡକଥା ହେଲା, ନୋଡାଲ ଅଫିସର ଦାୟିତ୍ୱରେ ଥିବା ଅଧିକାରୀମାନେ ଜନସେବା କେନ୍ଦ୍ରଗୁଡିକ ସଂପର୍କରେ ତଥ୍ୟ ନରଖିବା, ସେଠାକୁ ଯାଇ ତଦନ୍ତ ନକରିବା ଫଳରେ ଏଭଳି ଶୋଷଣର ଶିକାର ହେଉଛନ୍ତି ସୁଭଦ୍ରା ଯୋଜନାରେ ଆବେଦନ କରୁଥିବା ମହିଳା । ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରୁ କେବେ ଜାଗ୍ରତ ହେବ ଦେଖିବାକୁ ବାକି ରହିଲା ।