ବିଦ୍ୟାଳୟର ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ, ପୁରସ୍କାର ବିତରଣୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭ୍ରାଂଶୁ କୁମାର ଦାସଙ୍କ ପୌରହିତ୍ୟରେ ମା' ଛୁଆଳିଆ ପର୍ଯ୍ୟଟନ ସ୍ଥଳୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦଘାଟନ କରି ଥିଲେ । ଏହି ବିଦ୍ୟାଳୟ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା କେନ୍ଦ୍ରାପଡା ଜିଲ୍ଲା ପାଇଁ ଗର୍ବ ଆଉ ଗୌରବର ବିଷୟବୋଲି ମୁଖ୍ୟାତିଥି ଶ୍ରୀ ଦାସ କହିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳାଇ ଯୋଗଦାନ କରି କହିଲେ ବିଦ୍ୟାଳୟର ଏତାଦୃଶ ସଫଳତାର ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଅଧିକାର ଆର.ପି କି କରୁଣାକର ଦାସ, ବିଆରସିସି ଚନ୍ଦ୍ର ଶେଖର ତ୍ରିପାଠୀ, ରାଜ୍ୟ ଶିକ୍ଷକ ନେତା ମଳୟ କୁମାର ଜେନା, ନୋଡାଲ ସିଆରସିସି ସଞ୍ଜୟ କୁମାର ସାହୁ,ଏସପି ନୋଡାଲ କ୍ଲଷ୍ଟର ସିଆରସିସି ରଞ୍ଜନ କୁମାର ବେହେରା, ପ୍ରାକ୍ତନ ସିଆରସିସି ନନ୍ଦ କିଶୋର ରାଉତ,ରମେଶ ଚନ୍ଦ୍ର ମହାନ୍ତି, ଅଶୋକ କୁମାର ପରିଡା, ଗୋଲକ କୁମାର ମଲ୍ଲିକ, ମନୋଜ କୁମାର ମୁଦୁଲି, କମଳା କାନ୍ତ ଦାସ,ଶିକ୍ଷାବିତ ଅକ୍ଷୟ କୁମାର ନନ୍ଦ, ଚିତ୍ତରଞ୍ଜନ କବି, ପ୍ରଭାକର ଦାସ, ବିଜୟ କୁମାର ଜେନା, ଅରକ୍ଷିତ ସାହୁ ଓ ଆର୍ତ୍ତ ନାୟକ ପ୍ରମୁଖ ସମ୍ମାନନୀୟ ଅତିଥିଭାରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀପ କୁମାର ଜେନା, ବ୍ରଜ କିଶୋର ଜେନା, ନିହାରିକା ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ଦାସ, ଝୁନୁପ୍ରିୟା ଯେନା, ତପସ୍ୱିନୀ ପଟ୍ଟନାୟକ, ଦେବସ୍ନାନୀ ପଟ୍ଟନାୟକ ଓ ସୁପ୍ରିୟା ପରିଡାପରି·ଳନା କରିଥିଲେ । ଶେଷରେ ସ୍ନିଗ୍ଧା ସୁଚରିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।