ସାଧନକେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ାା ପ୍ରଭାନୁ୍ୟଜ୍ ।ା ରାଜକନିକା : ରାଜକନିକା ବ୍ଲକ ଜରିସାହି ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋସôବ ସୁରଭି -୨୦୨୪ ଜରିସାହି ନୋଡାଲ ଉ ପ୍ରା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ଖଗେଶ୍ୱର ପଢିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉସôବରେ ମୁଖ୍ୟ ଅତିଥି ଭାବେ ରାଜକନିକା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷିକା ମୋନାଲିସା ସେଠୀ, ସମ୍ମାନିତ ଅତିଥି ଭାବେ କଣ୍ଟପଡା ପଞ୍ଚାୟତର ସରପଞ୍ଚ ବିଜୟାଲଷ୍ମୀ ବେହେରା, ଜରିସାହି ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମିତ କୁମାର ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ କଳ୍ପତରୁ ବିଶ୍ୱାଳ, ଅଜାମ୍ବର ତରାଇ,ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପରିଡା, ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ରାଉଳ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ନଳିନୀ ରଞ୍ଜନ ରାଉତରାୟ, ମୁଖ୍ୟବକ୍ତା ଏବିଓ ତଥା ବିଆରସିସି କୈଳାସ ଚନ୍ଦ୍ର ସାହୁ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବିଚାରକ ଭାବେ ଶିକ୍ଷାବିତ କାଳିପ୍ରସାଦ ନାୟକ,ନାଟ୍ୟ ନିଦେ୍ର୍ଦଶକ ଗୟାଧର ନାଥ, ସଂଗୀତଜ୍ଞ ପ୍ରଭାକର ପାତ୍ର, ରବୀନ୍ଦ୍ର ମୋହନ ଶତପଥୀ,ଶିକ୍ଷକ ପ୍ୟାରୀ ମୋହନ ସ୍ୱାଇଁ,ଶିକ୍ଷାବିତ ଦାମୋଦର ଧଳ, ଶିକ୍ଷାବିତ ଫକୀର ମୋହନ ନାୟକ, ହରେଗୋବିନ୍ଦ ମଢୁଆଳ, ସହଦେବ ନାୟକ, ରଞ୍ଜନ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।