ପାନୀୟ ଜଳ ପାଉ ନାହାଁନ୍ତି କଚେରୀପଡା ଗ୍ରାମବାସୀ

ପାନୀୟ ଜଳ ପାଉ ନାହାଁନ୍ତି କଚେରୀପଡା ଗ୍ରାମବାସୀ

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତ କଚେରୀପଡା ଗ୍ରାମର ୱାର୍ଡ ନଂ-୩ରେ ବସବାସ କରୁଥିବା ଅଧିବାସୀ ମାନେ ଦୀର୍ଘ ୧୦ ବର୍ଷ ହେଲା ପାନୀୟ ଜଳ ପାଉ ନାହାଁନ୍ତି । ଫଳରେ ଏହି ଗ୍ରାମର ଲୋକମାନେ ବିଭିନ୍ନ ରୋଗାଗସ୍ତ ହେଉଛନ୍ତି । ପ୍ରାୟ ୪୦/୫୦ ପରିବାର ପାନୀୟ ଜଳ ପାଇଁ ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଜଣାଇ ଥିଲେ ମଧ୍ୟ କୈାଣସି ଫଳ ମିଳୁ ନାହିଁ । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ କ୍ରମେ ବସୁନ୍ଧରା ଯୋଜନାରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବାର ନିୟମ ଥିବାବେଳେ ଏହି ଗ୍ରାମର ଲୋକମାନେ ୧୦ ବର୍ଷ ହେଲା ପାନୀୟ ଜଳ ପାଇଁ ବାର ଦୁଆର ହେଉଛନ୍ତି  । କଚେରୀପଡା ଗ୍ରାମର ପଦ୍ମଚରଣ ବେହେରା, ପ୍ରହଲ୍ଲାଦ ବେହେରା, ଜ୍ଞାନରଞ୍ଜନ ସାହୁ, ସୁଧାକର ସାହାଣୀ, ବନସ୍ମିତା ସାହାଣୀ, ପୁଷ୍ପଲତା ସାହାଣୀ, ଦେବପ୍ରିୟା ନାୟକ ପ୍ରମୁଖ ଶତାଧିକ ଗ୍ରାମବାସୀ ଜିଲ୍ଲା ପାନୀୟ ଜଳ ଯୋଗାଣ ଅଧିକାରୀଙ୍କୁ ଭେଟି ତୁରନ୍ତ ପାନୀୟ ଜଳ ଯୋଗା ଦେବାପାଇଁ ଦାବି କରିଛନ୍ତି । ନଚେତ୍ ଏହି ଗ୍ରାମବାସୀ ମାନେ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି  ।