ଜାଗୁଳାଈଙ୍କ ପୀଠରେ ଶ୍ରୀମଦ୍ ଭାଗବତ ପାରାୟଣ

 କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ବ୍ଲକ ନିକିରାଇ ଥାନା ଅନ୍ତର୍ଗତ କୋରୋ ଗ୍ରାମର ମା ବୁଢ଼ୀ ଜାଗୁଳାଇଙ୍କ ପୀଠରେ ଏକ ସପ୍ତାହ ଧରି ଭାଗବତ ପାରାୟଣ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ସମାପିତ ହୋଇଛି । ସପ୍ତାହବ୍ୟାପୀ ଭାଗବତ ପାରାୟଣ କାର୍ଯ୍ୟକ୍ରମରେ ପୂଜକ କରୁଣାକର ପଣ୍ଡା, ରାଜେନ୍ଦ୍ର ଷଡ଼ଙ୍ଗୀ ଓ ପ୍ରଭାତ କୁମାର ତ୍ରିପାଠୀ ଭାଗବତ ପଠନ ଓ ଚିନ୍ତନ ଆଦି କାର୍ଯ୍ୟକ୍ରମରେ ଗ୍ରାମର ଉପସ୍ଥିତ ଜନସାଧାରଣଙ୍କୁ ଭାଗବତ କଥାମୃତ ଓ ପ୍ରବଚନ କାର୍ଯ୍ୟକ୍ରମ ଶୁଣାଇଥିଲେ । କାର୍ଯ୍ୟକ୍ରମରେ ଗ୍ରାମର ଭାଗବତ ପ୍ରେମୀ ଓ ଶ୍ରଦ୍ଧାଳୁ ବାନମ୍ବର ମହାରଣା, କରୁଣାକର ସାହୁ, ସୁବାସ ଚନ୍ଦ୍ର ସ୍ୱାଇଁ, ଜଗବନ୍ଧୁ ସେଠୀ, ହିମାଂଶୁ ବରାଳ, ବିଶ୍ୱନାଥ ଦାସ, ବିରଞ୍ଚôନାରାୟଣ ଦାସ, ଭରତ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ  ଆୟୋଜନ କରାଯାଇଥିଲା ।