ଅଡୁଆ ଚିଠି ଖିଅରେ ମହାକାଳପଡ଼ା ବିଧାୟକ

କେନ୍ଦ୍ରାପଡ଼ାରୁ ଉକ୍ରଳ କେଶରୀ, ଜିଲ୍ଳା ପ୍ରତିନିଧି, ସୂର୍ଯ୍ୟପ୍ରଭା ଡିଜିଟାଲ
କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଥାନା ବାବୁ ମାନଙ୍କ ସହିତ ଏସଡିପିଓ କେନ୍ଦ୍ରାପଡ଼ା ଙ୍କୁ ମଧ୍ଯ ବଦଳି ପାଇଁ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ନାଆଁ ଓ ଦସ୍ତଖତ ଥିବା ଏକ ଚିଠି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।
ଚିଠିରେ କଟକ ପୁଲିସ୍ ମୁଖ୍ୟାଳୟରେ ଥିବା ଡି ଏସ୍ ପି ଜ୍ୟୋତିରଞ୍ଜନ ଗୌଡ ଙ୍କୁ କେନ୍ଦ୍ରାପଡ଼ା ଏସଡିପିଓ,ଯାଜପୁର ଧର୍ମଶାଳା ଥାନା ଅଧିକାରୀ ତପନ କୁମାର ନାୟକଙ୍କୁ ମାର୍ଶାଘାଇ ଥାନା,ନରେଶ ସାହୁଙ୍କୁ ଗଞ୍ଜାମ ଛତ୍ରପୁର ରୁ ମହାକାଳପଡ଼ା ଥାନା ,ସୌମ୍ୟରଂଜନ ବିଶ୍ଵାଳଙ୍କୁ କମିଶନରେଟ ପୁଲିସ୍ ରୁ ତନ୍ତିଆପାଳ ସାମୁଦ୍ରିକ ଥାନା , ଭିଜିଲାନ୍ସ ଇନ୍ସପେକ୍ଟର ରିତାରାଣୀ ପ୍ରଧାନଙ୍କୁ ପାଟକୁରା ଥାନା ଓ ସେହିପରି ବ୍ରହ୍ମଗିରି ଥାନାରୁ ରବୀନ୍ଦ୍ର ମହାପାତ୍ର ଙ୍କୁ ଆଣି ଜମ୍ବୁ ସାମୁଦ୍ରିକ ଥାନାରେ ନିଯୁକ୍ତି ଦେବାପାଇଁ ଚିଠିରେ ଉଲ୍ଲେଖ ରହିଛି।ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏହି ଚିଠିରେ ମହାକାଳପଡ଼ା ବିଧାୟକଙ୍କ ନମ୍ବର, ନାମ,ତାରିଖ ସହିତ ଅତିରିକ୍ତ ସଚିବ ଙ୍କ ଷ୍ଟାମ୍ପ ମଧ୍ୟ ବାଜିଥିବା ଦୃଶ୍ୟ ହେଉଛି।ତଳେ ମହାକାଳପଡ଼ା ବିଧାୟକଙ୍କ ଦସ୍ତଖତ ମଧ୍ୟ ରହିଛି। ଚିଠିଟି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ମହାକାଳପଡ଼ା ବିଧାୟକ ମହୋଦୟଙ୍କୁ ବିଭିନ୍ନ ଦିଗରୁ ସମାଲୋଚନା ର ଶିକାର ମଧ୍ୟ ହେବାକୁ ପଡ଼ିଥିଲା।ପୁଲିସ୍ ବାବୁ ମାନଙ୍କ ବଦଳିରେ ବିଧାୟକ ମହୋଦୟ ମୁଣ୍ଡ ପୁରାଇବା କଥାକୁ ବୁଦ୍ଧିଜୀବୀ ମାନେ ତାତ୍ସଲ୍ୟ ମଧ୍ୟ କରିଥିଲେ।ତେବେ ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେବାପରେ ବିଧାୟକ ଶ୍ରୀ ନାୟକ ଏହାକୁ ଖଣ୍ଡନ କରି ନିର୍ଦ୍ଧିଷ୍ଟ ଏକ ପ୍ରିଣ୍ଟ ମିଡିଆ କୁ ପତିକ୍ରୀୟା ଦେଇ ସଫେଇ ଦେଇଛନ୍ତି ଏହା ସାମାଜିକ ଗଣମାଧ୍ୟମର କାରସାଦି,ଏଭଳି ଚିଠି ସେ ଲେଖି ନାହାଁନ୍ତି!ପୁଲିସ୍ ବାବୁଙ୍କୁ ବଦଳି ଦାଇତ୍ୱ ତାଙ୍କର ନୁହେଁ,କେହି ଜଣେ ତାଙ୍କ ନାମ ନେଇ ଏଭଳି ମିଥ୍ୟା ଚିଠି ଜାରି କରି ସାଧାରଣ ଜନତାଙ୍କୁ ଭ୍ରମିତ କରୁଛି ବୋଲି ସେ କହିଛନ୍ତି। ବିଧାୟକଙ୍କ ଏଭଳି ସଫେଇ ପରେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଯୁବ ଓ ଦୃଢ଼ ସଂଗଠକ ତଥା ବିଜେପି ନେତା ଡ. ସୌଭାଗ୍ୟ ପରିଡ଼ା । ଡ.ପରିଡ଼ା ମଧ୍ୟ ବିଧାୟକ ଶ୍ରୀ ନାୟକଙ୍କ ଅନୁଗତ ଭାବେ ବେଶ୍ ଜଣାଶୁଣା। ଡ.ପରିଡ଼ା ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ବିଧାୟକ ଶ୍ରୀ ନାୟକ ଯେଉଁ ଅଧିକାରୀ ମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା କୁ ଆଣିବା ନିମନ୍ତେ ସୁପାରିଶ କରି ଚିଠି ଲେଖିଛନ୍ତି ସେମାନଙ୍କ ପ୍ରତି ସାଧାରଣ ଜନତାଙ୍କ ବିଶ୍ବାସ ଅତି ଉଚ୍ଚକୋଟୀର ନୁହେଁ।ଉଦାହରଣ ଦେବାକୁ ଯାଇ ଆଇଆଇସି ତପନ ନାୟକଙ୍କ କଥା ଉଲ୍ଲେଖ କରି ଡ.ପରିଡ଼ା କହିଛନ୍ତି ତପନ ନାୟକ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘଦିନ ଧରି କାର୍ଯ୍ୟ କରିବା ପରେ ତାଙ୍କ ବିରୁଦ୍ଧରେ ନାନା ଅଭିଯୋଗ ଆସିବା ହେତୁ ପୋଲିସ ବିଭାଗ ପକ୍ଷରୁ ତାଙ୍କୁ ଅନ୍ୟତ୍ର ବଦଳି କରାଗଲା କିନ୍ତୁ ବିଧାୟକ ମହୋଦୟ ମାର୍ଶାଘାଇ ଭଳି ସମ୍ବେଦନଶୀଳ ଥାନାକୁ ତାଙ୍କୁ ପୁନର୍ବାର ଆଣିବା ପାଇଁ କିପରି ସୁପାରିଶ କରିଛନ୍ତି ବୋଲି ଡ.ପରିଡ଼ା ପ୍ରଶ୍ନ କରିଛନ୍ତି।ସେହିପରି ଏସଡ଼ିପିଓ ଜ୍ୟୋତିରଞ୍ଜନ ଗୌଡ ଙ୍କୁ କେନ୍ଦ୍ରାପଡ଼ା ଏସଡ଼ିପିଓ ଭାବେ ଦାଇତ୍ୱ ଦେବାକୁ ବିଧାୟକ ମହୋଦୟ କାହିଁକି ଆଗଭର ବୋଲି ଡ.ପରିଡା ମଧ୍ୟ ପ୍ରଶ୍ନ କରିଛନ୍ତି।ସେ କହିଛନ୍ତି ଏସଡିପିଓ ଗୌଡ ଙ୍କ ନାମାରେ କ୍ରିମିନାଲ ଗତିବିଧି ର ଅଭିଯୋଗ ଆସିବାପରେ କ୍ରାଇମବ୍ରାଞ୍ଚ ରେ ତଦନ୍ତ ଚାଲୁଛି। ଡ.ପରିଡ଼ା ସିଧା ସଳଖ ପ୍ରଶ୍ନ କରି କହିଛନ୍ତି ବିଧାୟକ ମହାଶୟ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଥିବା ପୁଲିସ୍  ଅଧିକାରୀ ମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଣିବା ପାଇଁ ପ୍ରୟାସ ନକରି ଏମତି ସୁପାରିଶ କରିବା ଉଦ୍ଦେଶ୍ୟ କଣ?ଏହା ଦ୍ୱାରା କାହାର ସ୍ୱାର୍ଥ ହେବ ପୂରଣ ?ମହାକାଳପଡ଼ା ଓ କେନ୍ଦ୍ରାପଡ଼ାବାସୀଙ୍କ ସ୍ୱାର୍ଥ ନା ବ୍ୟକ୍ତିଗତ ଏଜେଣ୍ଡା ପୂରଣ ପାଇଁ ବିଧାୟକ ମହୋଦୟ ଏଭଳି ପ୍ରୟାସ କରିଛନ୍ତି ବୋଲି ଡ.ସୌଭାଗ୍ୟ ପରିଡ଼ା ମହୋଦୟ ସିଧାସଳଖ ମହାକାଳପଡ଼ା ବିଧାୟକ ଶ୍ରୀ ନାୟକ ଙ୍କୁ ପ୍ରଶ୍ନ କରିଛନ୍ତି। ସେହିପରି ଡ.ପରିଡ଼ା ବିଧାୟକ ଶ୍ରୀ ନାୟକଙ୍କ ଉଦ୍ଦେଶ୍ୟରେ ଆହୁରି ମଧ୍ୟ କହିଛନ୍ତି ଯଦି ବିଧାୟକଙ୍କ କହିବା ଅନୁସାରେ ଏହି ଚିଠି ଟି ତାଙ୍କ ଦ୍ଵାରା ପ୍ରେରିତ ବା ଲେଖା ଯାଇନାହିଁ ତେବେ ବିଧାୟକ ମହୋଦୟ କାହିଁକି ନେଉନାହାନ୍ତି ଆଇନ୍ ର ଆଶ୍ରୟ?କାହିଁକି ପୋଲିସ୍ ରେ ଦେଉ ନାହାଁନ୍ତି FIR। ତାଙ୍କ ଦସ୍ତଖତ ଓ ଲେଟର ପ୍ୟାଡ଼ କୁ ଯଦି କେହି ଅପବ୍ୟବହାର କରିଛି ଏହା ହେଉଛି ଗହିର୍ତ୍ତ ଅପରାଧ ତେବେ ବିଧାୟକ ଶ୍ରୀ ନାୟକ କାହିଁକି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରୁନାହାନ୍ତି ବୋଲି ଡ.ସୌଭାଗ୍ୟ ପରିଡ଼ା ନିଜ ପ୍ରଶ୍ନ ବାଣରେ ବିଧାୟକ ଙ୍କୁ ପକାଇଛନ୍ତି ଅଡ଼ୁଆରେ। ବୁଦ୍ଧିଜୀବୀ ମାନଙ୍କ ମତରେ ଦେଖିବାକୁ ବାକିରଖିଲା ନିଜ ଅଡ଼ୁଆ ଜାଲରେ ନିଜେ ଛନ୍ଦି ହୋଇଯାଇଥିବା ମହାକାଳପଡ଼ା ବିଧାୟକ ଅଡ଼ୁଆ ଖିଅ ରୁ ମୁକୁଳିବା ପାଇଁ ଆଗକୁ କେଉଁ ପଦକ୍ଷେପ ନେଉଛନ୍ତି?