କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ

Bijoy Pattanaik quits congress

କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ

କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଦଳ ଛାଡ଼ିଛନ୍ତି  । ଦଳରେ ଗୁରୁତ୍ୱ ମିଳୁନଥିବାରୁ ବିଜୟ ଦଳକୁ ବାଏବାଏ କରିଛନ୍ତି  । ଏନେଇ ସେ ଏଆଇସିସିକୁ ଇସ୍ତଫା ପତ୍ର ପଠାଇଛନ୍ତି  । ମେଲ୍‌ ଯୋଗେ ସେ ଇସ୍ତଫା ପତ୍ର ପଠାଇଛନ୍ତି  ।

ସୂଚନାଯୋଗ୍ୟଯେ, ନିକଟରେ ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର କାଡ଼ାମ, ଜୟଦେବ ଜେନା, ସପ୍ତଗିରି ଉଲାକା, ଅଶୋକ ଦାସ, ଭକ୍ତଚରଣ ଦାସ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ, ଦେବାଶିଷ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ବଳଭଦ୍ର ମାଝୀ, ସସ୍ମିତା ବେହେରାଙ୍କୁ ଷ୍ଟିୟରିଂ କମିଟିରେ ରଖାଯାଇଛି  ।  କିନ୍ତୁ ବିଜୟଙ୍କୁ ଏହି କମିଟିରେ ସ୍ଥାନ ମିଳିନାହିଁ  । ସେହିପରି ବିଜୟଙ୍କୁ ଦଳ ପ୍ରଚାର କମିଟି ଅଧ୍ୟକ୍ଷ କରିଥିବାବେଳେ ପରେ କିନ୍ତୁ ଦାୟିତ୍ୱ କାଢ଼ି ନେଇଥିଲା  । ଗତ ନିର୍ବାଚନରେ ସେ ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଛନ୍ତି  । ତେବେ ନିର୍ବାଚନ ପରେପରେ ବିଜୟଙ୍କୁ ଆଉ ଦଳ ଲୋଡ଼ିନଥିଲା  ।