ସମୟ ନେଲେ କନକବର୍ଦ୍ଧନ ସିଂହଦେଓ : ପାଟଣାଗଡ଼ ନିର୍ବାଚନ ମାମଲା

ସମୟ ନେଲେ କନକବର୍ଦ୍ଧନ ସିଂହଦେଓ : ପାଟଣାଗଡ଼ ନିର୍ବାଚନ ମାମଲା

କଟକ: ପାଟଣାଗଡ଼ ବିଧାନସଭା ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ରୁଜୁ ମାମଲାରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଜେପି ବିଧାୟକ କନକବର୍ଦ୍ଧନ ସିଂହଦେଓ ଲିଖିତ ଜବାବ ଦାଖଲ ଲାଗି ଅଦାଲତଙ୍କଠାରୁ ସମୟ ଲୋଡ଼ିଥିଲେ । ବିଚାରପତି  ଜଷ୍ଟିସ୍‌ ଆନନ୍ଦ ଚନ୍ଦ୍ର ବେହେରା  ଟାଇମ୍‌ ପିଟିସନ୍‌କୁ ଗ୍ରହଣ କରି  ମାମଲାର ଶୁଣାଣି ନଭେମ୍ବର  ୨୯କୁ ଧାର୍ୟ୍ୟ କରିଛନ୍ତି । ଏହା ପୂର୍ବରୁ ପ୍ରତିପକ୍ଷ ଜବାବ ଦାଖଲ  କରିବେ । ଶ୍ରୀ ସିଂହଦେଓଙ୍କ  ବିଧାନସଭା ସଦସ୍ୟତା ରଦ୍ଦ ପାଇଁ  ପ୍ରାର୍ଥନା କରି ପରାଜିତ ବିଜେଡି  ପ୍ରାର୍ଥୀ ସରୋଜ କୁମାର ମେହେର  ଏହି ମାମଲା ଦାଏର କରିଛନ୍ତି ।

 ଶ୍ରୀ ମେହେର ପିଟିସନ୍‌ରେ  ଉଲ୍ଲେଖ କରିଛନ୍ତି, ଉପମୁଖ୍ୟମନ୍ତ୍ରୀ  ଶ୍ରୀ ସିଂହଦେଓ ନାମାଙ୍କନପତ୍ର  ଦାଖଲ ବେଳେ ଯେଉଁ ସତ୍ୟପାଠ  ଦାଖଲ କରିଛନ୍ତି ସେଥିରେ  ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି ।  ତେଣୁ ବିଧାୟକ ପଦ ରଦ୍ଦ  ପାଇଁ ଶ୍ରୀ ମେହେର ପ୍ରାର୍ଥନା  କରିଛନ୍ତି । ଶ୍ରୀ ସିଂହଦେଓଙ୍କ ପକ୍ଷରୁ ଆଇନଜୀବୀ ସୂର୍ୟ୍ୟାଂଶୀ  ଶ୍ରୀବାସ୍ତବ ନତାସା ଅଗ୍ରୱାଲ  ମାମଲା ପରିଚାଳନା କରୁଛନ୍ତି ।