ବର୍ଷାରେ ଭାଙ୍ଗିଲା କଚ୍ଚାଘର
ାା ପ୍ରଭାନୁ୍ୟଜ ।ା ବାଲିକୁଦା : ଲଘୁଚାପ ଜନୀତ ଲଗାଣ ବର୍ଷାରେ ତିନି ଦିନ ହେବ ବାଲିଚନ୍ଦ୍ରପୁର ଅଞ୍ଚଳରେ ବ୍ୟାପକ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ି ଚାରିନଙ୍ଗଳ ପଞ୍ଚାୟତ ବାହାଦୁରନଗର ଗ୍ରାମରେ ଏକ ଛପର ଖଞ୍ଜାଘରଟି ସମ୍ପୂର୍ଣ୍ଣ ଭୁଶୁୁଡ଼ି ପଡ଼ିଛି । ଆଉ ଏକ ଘର ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି । ସମ୍ପୂର୍ଣ୍ଣ ଭୁଶୁୁଡ଼ି ପଡ଼ିଥିବା ଘର ଗୁଡ଼ିକ ହେଉଛି ସଞ୍ଜୟ କୁମାର ସାମଲ, ଶାନ୍ତିଲତା ସାମଲ ଓ ଅକ୍ଷୟ କୁମାର ସାମଲଙ୍କର, ଅଧାଭଙ୍ଗା ଘର ହେଉଛି ସୁଧାଂଶୁ ସାମଲ ଓ କନକଲତା ସାମଲଙ୍କର । ସେହିପରି ନଳୀପୁର ପଞ୍ଚାୟତ ୮ନମ୍ବର ୱାର୍ଡ଼ ସେକ୍ ମହଲା ଗ୍ରାମର ସେକ୍ ଫାରୁକ୍ କାସିବ୍ଙ୍କ ଘର ଭାଙ୍ଗିଯାଇଥିବା ଜଣାପଡ଼ିଛି । ଏହି ଅଞ୍ଚଳ ଗୁଡ଼ିକ ଦର୍ପଣ ତହସିଲ ଅନ୍ତର୍ଗତ ବାଲିଚନ୍ଦ୍ରପୁର ରାଜସ୍ୱ ନିରିକ୍ଷକଙ୍କ ଅଧିନରେ ରହିଛି । ତହସିଲ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ସମ୍ପୁକ୍ତ ବ୍ୟକ୍ତି ମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଉଭୟ ପଞ୍ଚାୟତବାସୀ ଦାବୀ କରିଛନ୍ତି । ଏସମ୍ପର୍କରେ ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରେ ଆରଆଇଙ୍କୁ ତଦନ୍ତ ପାଇଁ ପଠାଇବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।