ମୂଷା ଆତଙ୍କର ପରିଣତି

ମୂଷା ଆତଙ୍କର ପରିଣତି


ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ୍ରେ ସବୁବେଳେ କିଛି ନା କିଛି ସମସ୍ୟା ଲାଗି ରହିଥାଏ । ଏବେ ରାଜନୀତିକ ସମସ୍ୟା ଉକ୍ରଟ ହୋଇଥିବା ବେଳେ ଆଉ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି । ତାହା ହେଲା ମୂଷା ସମସ୍ୟା । ବର୍ତ୍ତମାନ ପାକିସ୍ତାନ୍ରେ ମୂଷା ସଂଖ୍ୟା ଏତେ ବଢ଼ିଯାଇଛି ଯେ ସେମାନେ ବର୍ତ୍ତମାନ ଦେଶ ପାଇଁ ଏକ ବଡ଼ ସମସ୍ୟା ହୋଇ ଦେଖା ଦେଲେଣି । ଗୁରୁତର ଆର୍ଥôକ ସଂକଟରେ ସମ୍ମୁଖୀନ ହୋଇଥିବା ପାକିସ୍ତାନ୍ ମୂଷାମାନଙ୍କ ଯୋଗୁଁ ଗୁରୁତର ଖାଦ୍ୟ ସଙ୍କଟ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ଯାଉଛି । ଦେଶର ସଂସଦରେ ମୂଷାଙ୍କ ଆତଙ୍କ ଅସହ୍ୟ ହୋଇ ପଡ଼ିଲାଣି । ସିନେଟ୍ ଏବଂ ନ୍ୟାସନାଲ୍ ଆସେମ୍ବ୍ଲିରେ ରହିଥିବା ବିଭିନ୍ନ ଯନ୍ତ୍ରପାତି, କମ୍ପୁ୍ୟଟର, ଗୋପନୀୟ ଫାଇଲ୍ ଆଦିକୁ ମୂଷାମାନେ କାଟି ବର୍ବାଦ୍ କରି ଦେଲେଣି । ମୂଷାଙ୍କ ଆତଙ୍କ ଏତେ ଅଧିକ ହୋଇଗଲାଣି ଯେ ମୂଷା ଦମନ ପାଇଁ ସରକାର ବିଲେଇ କିଣିବା ପାଇଁ ୧୨ ଲକ୍ଷ ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି । ମୂଷା ମାରିବା ପାଇଁ ସ୍ୱତନ୍ତ୍ର ଧରଣର ଜନ୍ତା ଖୋଜାଚାଲିଛି । ମୂଷାଙ୍କୁ ନେଇ ଏ ପ୍ରକାରର ଏକ ପରିସ୍ଥିତି ସୃଷ୍ଟି ହେବ ବୋଲି କେହି କେବେ ହେଲେ ଆଶା କରିନଥିଲେ । 
ମୂଷାମାନଙ୍କ ଉତ୍ପାତର ବାସ୍ତବାତକୁ ଦେଖିଲେ ସେମାନେ ଯେତିକି ଖାଆନ୍ତି, ତା'ଠାରୁ ଅନେକ ଗୁଣା ଅଧିକ କ୍ଷତି କରନ୍ତି । ବିଭିନ୍ନ ବୈଦୁ୍ୟତିକ ଯନ୍ତ୍ରପାତିର ତାର କାଟିବା ଠାରୁ ଆରମ୍ଭ କରି ଖାଦ୍ୟ ଭଣ୍ଡାର ଗୁଡ଼ିକରେ ଗଚ୍ଛିତ ଥିବା ଖାଦ୍ୟ ସବୁକୁ ନଷ୍ଟ କରିବା ପର୍ଯ୍ୟନ୍ତ ଅନେକ କିଛି କ୍ଷୟକ୍ଷତି ସେମାନଙ୍କ ଦ୍ୱାରା ହୁଏ । ଏପରିକି ଘରର ନିଅଁ, କାନ୍ଥ ଆଦି ତାଡି ଦୁର୍ବଳ କରି ପକାଉଛନ୍ତି । ଅନେକ ସ୍ଥାନରେ ସ୍ୱେରେଜ୍ ଚୋକ୍ ହେବାର ମୂଳ କାରଣ ମୂଷା । କେବଳ ପାକିସ୍ତାନ୍ ନୁହେଁ, ସମଗ୍ର ବିଶ୍ୱରେ ମୂଷାମାନଙ୍କ ଆତଙ୍କ ଏକ ବଡ଼ ସମସ୍ୟା । ଭାରତରେ ଏହି ସମସ୍ୟା ଏକ ଭିନ୍ନ ପ୍ରକାରରେ ହୁଏ । ମୂଷାକୁ ଗଣେଶଙ୍କର ବାହାନ ଭାବରେ ଏକ ଧାର୍ମିକ ମାନ୍ୟତା ରହିଥିବାରୁ ଅଧିକାଂଶ ଲୋକ ମୂଷାକୁ ବିଷ ଦେଇ ମାରିବାକୁ କିମ୍ବା ଜନ୍ତା ପକାଇ ମାରିବାକୁ ଚାହାନ୍ତି ନାହିଁ । ସେମାନେ ମୂଷା ଗୁଡ଼ିକୁ ଧର୍ମଜନ୍ତାରେ ଧରି ଆଉ ଟିକିଏ ଦୂର ସ୍ଥାନରେ ଧରି ଆଉ ଟିକିଏ ଦୂର ସ୍ଥାନରେ ଛାଡ଼ି ଦିଅନ୍ତି । ଏ କ୍ଷେତ୍ରରେ ସବୁଠାରୁ କୌତୂହଳର କଥା ହେଲା ମୂଷାମାନେ ଧରାପଡ଼ିଥିବା ସ୍ଥାନକୁ ଖୋଜି ଖୋଜି ଫେରି ଆସିବାର ଉଦାହରଣ ଅଛି । ବିଶେଷ ଭାବରେ ଖାଦ୍ୟ ମିଳିଗଲେ ମୂଷାମାନେ ଖୁବ୍ ଶୀଘ୍ର ଏବଂ ବହୁ ସଂଖ୍ୟାରେ ପ୍ରଜନନ କ୍ରିୟାରେ ବଂଶ ବଢ଼ାଇଥାନ୍ତି ।  ଏକ ଆକଳନ ଅନୁସାରେ ଭାରତରେ ଉତ୍ପାଦିତ ହେଉଥିବା ଖାଦ୍ୟ ଶସ୍ୟର ୧୦ରୁ ୨୦ ଭାଗ ପର୍ଯ୍ୟନ୍ତ ମୂଷାମାନେ ହିଁ ନଷ୍ଟ କରନ୍ତି । ତେବେ ପାକିସ୍ତାନ୍ରେ ଯେଉଁ ପ୍ରକାରର ରାଜନୀତିକ ସଙ୍କଟ ଲାଗି ରହିଛି ତାହା ସହିତ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଖାଉଟିମାନଙ୍କୁ ବାଧୁଛି । ଏଭଳି ପରିସ୍ଥିତିରେ ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବାରେ ମୂଷାମାନଙ୍କ ଭୂମିକା ଅଛି ବୋଲି କହିବାରେ କୌଣସି ସଙ୍କୋଚ ବୋଧ କରିବାର ନାହିଁ । 
ଏବେ ଭାରତରେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମୂଷାମାନଙ୍କ ଆକାର ବିଲେଇ ଛୁଆ ଭଳି । ରେଳ ଷ୍ଟେସନ୍, ଧର୍ମପୀଠ, ଧର୍ମଶାଳା, ଖାଦ୍ୟ ଭଣ୍ଡାର ଆଦି ସ୍ଥାନ ଗୁଡ଼ିକରେ ଏହିଭଳି ବଡ଼ ବଡ଼ ମୂଷା ସବୁ ପ୍ରଭୂତ କ୍ଷତି ଘଟାଉଛନ୍ତି । ବୈଦୁ୍ୟତି ଯନ୍ତ୍ରପାତି ଗୁଡିକର ତାର କାଟିବାରେ ବୋଧ ହୁଏ ମୂଷାମାନଙ୍କୁ ବିଶେଷ ଭାବରେ ଆନନ୍ଦ ମିଳେ । କମ୍ପୁ୍ୟଟର୍, ଏସି ଭଳି ବୈଦୁ୍ୟତିକ ଯନ୍ତ୍ରପାତିରେ ମୂଷାମାନଙ୍କ ତାର କାଟିବାଜନିତ ଘଟଣା ପ୍ରାୟତଃ ପ୍ରତ୍ୟେକ ଗୃହସ୍ଥଙ୍କର ଅଭିଜ୍ଞତା ଅଛି । ମୂଷାମାନଙ୍କ ବଂଶ ବୃଦ୍ଧି ଦ୍ୱାରା ପ୍ଲେଗ୍ ରୋଗ ହେବ ବୋଲି କୌଣସି ନିଶ୍ଚିତତା ନାହିଁ । କାରଣ ମୂଷାମାନେ ପ୍ଲେଗ୍ ରୋଗର ବାହକ । କିନ୍ତୁ ସେମାନଙ୍କ ଯୋଗୁଁ ହୁଏ ନାହିଁ । ତେବେ ପ୍ଲେଗ୍ ଠାରୁ ଭୟଙ୍କର ସ୍ଥିତି ସେମାନେ ସୃଷ୍ଟି କରିପାରନ୍ତି । ତାହା ହେଲା ଖାଦ୍ୟଭାବ । ପାକିସ୍ତାନ୍ର ମୂଷା ସମସ୍ୟା ଭାରତ ପାଇଁ ଏକ ଶିକ୍ଷା । ଭାରତରେ ବି କିଛି କମ୍ ମୂଷା ନାହାନ୍ତି । ଏ ଦୃଷ୍ଟିରୁ ଭାରତ ମଧ୍ୟ ମୂଷାମାନଙ୍କ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ।