ଗୋଷ୍ଠୀଗତ ଆନୁଗତ୍ୟ ଓ ଆତ୍ମସୁରକ୍ଷା
ସାଧାରଣ ଲୋକଙ୍କ ଅଜ୍ଞାନତାର ସୁଯୋଗ ନେଇ ଚତୁର କେଳେଙ୍କାରୀ ସମାଜରେ ଏମିତି ପ୍ରାଦୁର୍ଭାବ ବିସ୍ତାର କରି ରଖିଛନ୍ତି ଯାହା ସବୁ ନିର୍ମୂଳ କରିବାକୁ ହେଲେ ଅସଂଖ୍ୟ ଜ୍ଞାନୀଙ୍କୁ ଅଜସ୍ର ସମୟ ଲାଗିବ ଆଜିଠାରୁ ଚେଷ୍ଟା ଆରମ୍ଭ କଲେ । ଯାହା ଚେଷ୍ଟା କରାଯିବା ତ ଦୂର, ସେକଥା କାହାର ଚେତନାରେ ହିଁ ପଶୁନାହିଁ ଅଦ୍ୟାବଧି ! କେତେବେଳେ କିଏ କୌଣସି ଅସୁବିଧାର ସମ୍ମୁଖୀନ ହେଲେ କେବଳ ଭଗବାନ ଭରସା ବୋଲି ବି·ର କରି ଯେଉଁ ପଥ ଅନୁସରଣ କରିଥା’ନ୍ତି ତାହା ସମ୍ପୃକ୍ତ ମଣିଷର ବ୍ୟକ୍ତିଗତ ଭାବଧାରା ମଧ୍ୟରେ ସମାପ୍ତ ହୋଇଥାଏ ଯାହା ଆଉ କାହାକୁ ଅନୁଭବ ମଧ୍ୟ ହୁଏନାହିଁ । ନିଜେ ନିଜେ ନିଜର ସମସ୍ୟାକୁ ନେଇ ଦୁଃଖରେ କାଳାତିପାତ କରୁଛନ୍ତି ସମଗ୍ର ମଣିଷ ସମାଜ ବିଶ୍ୱବ୍ୟାପୀ । କାରଣ ଏହି ଗୋଷ୍ଠୀ ଗୁଡିକ ଦ୍ୱାରା ମଣିଷ ମାନଙ୍କୁ ଏମିତି ପଥରୁଦ୍ଧ କରି ରଖାଯାଇଅଛି ଯେ କିଏ କାହା ସହିତ ଉପଯୁକ୍ତ ଭାବର ଆଦାନ ପ୍ରଦାନ କରିବାରେ ମଧ୍ୟ ସମର୍ଥ ହୁଅନ୍ତି ନାହିଁ । ପରସ୍ପର ହିଂସାତ୍ମକ ଭାବ ସୃଷ୍ଟି କରି ସମାଜରେ ଶତ୍ରୁତା ଭାବ ବଜାୟ ରଖିବା ପାଇଁ ଏହି ସବୁ ଗୋଷ୍ଠୀ ମାନଙ୍କ ଏକ ସ୍ୱତନ୍ତ୍ର ଦଳ କାର୍ଯ୍ୟ କରିଥା’ନ୍ତି ଯିଏ ସବୁବେଳେ ଆଭ୍ୟନ୍ତରୀଣ ବିଦ୍ୱେଷଭାବ ସୃଷ୍ଟି କରିବା ଦିଗରେ ଯଥେଷ୍ଟ କାର୍ଯ୍ୟରତ ରହିଥା’ନ୍ତି । ସେହି କାରଣରୁ ସମାଜରେ ସାଧାରଣ ଲୋକଙ୍କ ମଧ୍ୟରେ ଭ୍ରାତୃଭାବ ନହୋଇ କେବଳ ଶତ୍ରୁତା ଆଚରଣ ସେମାନଙ୍କୁ ଅତ୍ୟନ୍ତ ପଥ ପରିସ୍କାର କରି ରଖିଛି ତାଙ୍କର ଶାସନ ଚଳାଇବା ପାଇଁ ନିଜ ନିଜ କ୍ଷେତ୍ର ପରିସରକୁ ନେଇ ।
ଅଧିକନ୍ତୁ କେତେବେଳେ କେବଳ ସାମୂହିକ ଆଲୋଚନା କରାଗଲେ କିଛି ବୁଝି ପାରୁଥିବା ଲୋକଙ୍କ ମନ ଭାବକୁ ବୁଝି ହୁଏକି ସମସ୍ତେ ·ହିଁ ରହିଛନ୍ତି କାଳେ କେତେବେଳେ ସେହି ପରୀରାଇଜର କାହାଣୀ ଭଳି ହେଉ, କି ବିଭିନ୍ନ ଶାସ୍ତ୍ରୀୟ ମର୍ଯାଦାରେ ପରିପୂର୍ଣ୍ଣ କାହାଣୀ ପୁସ୍ତକରେ ରଚିତ ଭଗବାନଙ୍କ ଦୂତ କେହି ଆସି ହୁଏତ ସମାଜକୁ ବିପଥରୁ ଉଦ୍ଧାର କରିବ । କି’ନ୍ତୁ ଏହି ବି·ର କେବଳ ଅଲୌକିକ ଚେତନା ମଧ୍ୟରେ ରହିବା ଛଡା ତାହାର କୌଣସି ସତ୍ୟ ପ୍ରମାଣ ସାପେକ୍ଷ ଘଟଣା ଘଟିବା ସମ୍ଭାବନା ଅସମ୍ଭବ ମାତ୍ର । କାରଣ କେହି କୌଣସି ସ୍ଥାନରୁ ରହି ଆମକୁ ନିୟନ୍ତ୍ରଣ କରିନଥା’ନ୍ତି ଯାହା ସବୁ ଆମେ ମନରେ ବିଶ୍ୱାସ ଭରି ·ଲିଛେ । କେବଳ ଆମରି ମଧ୍ୟରୁ ଯଦି କେହି ସହୃଦୟ ବ୍ୟକ୍ତିଗଣ ବାହାରି ଆମକୁ ରକ୍ଷା କରିବା ଦିଗରେ କାର୍ଯ୍ୟ କରିବେ ତାହେଲେ ଯାଇ କିଛି ପରିବର୍ତ୍ତନ ହେବାଛଡା ଏହି ଅମାନୁଷିକ ବ୍ୟକ୍ତିଗଣଙ୍କ ମିଥ୍ୟା ଅଲୌକିକ ପ୍ରବଚନରେ ଭାସୁଥିବା ପର୍ଯ୍ୟନ୍ତ ଆମେ ଧୀରେ ଧୀରେ ନିମ୍ନ ମୁଖି ହୋଇ ପାତାଳରେ ପଶିବା ବ୍ୟତୀତ କୌଣସି ସ୍ୱର୍ଗ ଅନୁଭବ କରିବା ଭ୍ରାନ୍ତ ଚିନ୍ତନ । ତେଣୁ ନିଜକୁ ନିଜେ ସୁଧାରି ସତ୍ୟର ପଥଗ୍ରହୀ ହୋଇ ସମାଜରେ ସମସ୍ତ କେଳେଙ୍କାରୀ ମିଥ୍ୟା ପ୍ରବଚନକୁ ପ୍ରତ୍ୟାଖ୍ୟାନ ପୂର୍ବକ ନିଜର ଅନ୍ତର୍ଜ୍ଞାନ ବିସ୍ତାର କରିବାକୁ ଚେଷ୍ଟା କଲେହିଁ ସବୁକିଛି ବୁଝି ହେବ ଯାହା ଆମେ ଜାଣି ପାରୁନାହୁଁ ।
ଅଥବା ଏମିତି ପ୍ରତାରିତ ନିଷ୍ପେସିତ ହୋଇ ବଂଚିବା ଛଡା ମନୁଷ୍ୟ ଜୀବନର ପ୍ରକୃତ ମର୍ମକୁ ନବୁଝି ଜନ୍ମ ମରଣର ବ୍ୟବଧାନ ମଧ୍ୟରେ ପଥ ଅତିକ୍ରମ କରୁଥିବା ପିଢ଼ିକୁ ପିଢ଼ି । କାରଣ ଏହି ସମସ୍ତ ଗୋଷ୍ଠୀ ନିଜ ନିଜ ମଧ୍ୟରେ ଆପୋଷ ବୁଝାମଣା କରି ଜୀବନର ସବୁ ସମୟରେ ବିଭିନ୍ନ ସୂତ୍ରରେ ସାଧାରଣ ଲୋକଙ୍କ ରୋଜଗାରର ଅନ୍ୟୁନ ତିନି ଚତୁର୍ଥାଂଶ ଆତ୍ମସାତ କରିଥା’ନ୍ତି ଯଦ୍ୱାରା ସାଧାରଣ ଲୋକେ ଗରିବ ହୋଇ ରହିବା ଛଡା ଦୈନନ୍ଦିନ ଜୀବନରେ ଭଲ ଭାବେ ଗଣ୍ଡେ ଖାଇବା, ଖଣ୍ଡେ ପିନ୍ଧିବାକୁ ମଧ୍ୟ ପାଉନାହାନ୍ତି ଅଥବା ବ୍ୟକ୍ତିଗତ ସ୍ତରରେ ମାନସିକ ସମାଧାନ କରି ନିଜକୁ ନିଜେ ଆଶ୍ୱାସନା ଦେଇ ବଂଚୁଥିବା କେହି ଅସ୍ୱୀକାର କରି ପାରିବେ ନାହିଁ । ପ୍ରକୃତି ଆରମ୍ଭରୁ ଏହିସବୁ ଗୋଷ୍ଠୀ ମାନଙ୍କର କୌଣସି ସାମାଜିକ ଭୂମିକା ନଥାଇ ମଧ୍ୟ ପିଢ଼ିକୁ ପିଢ଼ି ମଣିଷ ସୃଷ୍ଟି ହୋଇ ଆଜି ଆମେ ଏହି ସମୟରେ ପହଂଚିଛେ । ଏସବୁର ଅନୁପସ୍ଥିତିରେ ଆମେ ସତେ ଯେମିତି ଅମଣିଷ ହୋଇଯିବା ବୋଲି ଯେଉଁ ଭାବନା ସୃଷ୍ଟି ହେଉଛି ମନରେ ସେହି ଭାବନା ସୃଷ୍ଟି କରୁଥିବା ମଧ୍ୟ ଏହି ଗୋଷ୍ଠୀ ସମୂହର ଏକ ଏକ ଅବିଛେଦ୍ୟ ଅଙ୍ଗ ଭଳି କାର୍ଯ୍ୟ କରିଥାଏ । ପାରିବାରିକ ବିଚ୍ଛେଦ ତଥା ଏକକ ପରିବାରକୁ ଖଣ୍ଡବିଖଣ୍ଡିତ କରି ସ୍ୱାର୍ଥବାଦୀ ମଣିଷ ସୃଷ୍ଟି କରିବାରେ ମଧ୍ୟ ଯଥେଷ୍ଟ ସହାୟକ ହୋଇଥାଏ ଏହି ଗୋଷ୍ଠୀଗତ ଆନୁଗତ୍ୟ ବି·ରଧାରା । ଏମିତିକି ଜନ୍ମ ଦେଇଥିବା ପିତା ମାତାଙ୍କୁ ଅଗ୍ରାହ୍ୟ କରି ସନ୍ତାନ ମାନେ ଅଲଗା ହୋଇ ରହିବା ଭାବନାର ମଧ୍ୟ ମୂଳ ସୂତ୍ରଧର ଭାବେ କାର୍ଯ୍ୟ କରିଥାଏ ଏହିସବୁ ଗୋଷ୍ଠୀଗତ ଆନୁଗତ୍ୟ ଯାହା ଏତେ ସହଜରେ ବୁଝି ହେବ ନାହିଁ । ଏସମସ୍ତଙ୍କୁ ବ୍ୟାଜାପ୍ତ କରି କିଏ ହେଲେ କୌଣସି ଗୋଷ୍ଠୀଗତ ଆନୁଗତ୍ୟକୁ ଅସ୍ୱୀକାର କରି ବଂଚିବା ଶିକ୍ଷା କଲେ ଯେ ଆମର ଜୀବନ ଯାପନ ଶୈଳୀରେ ଏତେ ମାତ୍ରାରେ ଶୁଦ୍ଧି ଆସିବ ଏବଂ ସାଧାରଣ ମଣିଷ ସମୂହ ଏକ ନିରୋଳା ଜୀବନ ଯାପନ କରିବାରେ ସମର୍ଥ ହୋଇପାରିବେ ସେଇଥିରେ କୌଣସି ସନେ୍ଦହ ନାହିଁ । ଏହି ଗୋଷ୍ଠୀଗତ ଆନୁଗତ୍ୟ ହେତୁ ମଣିଷ ଯେ କେବଳ ଆର୍ଥିକ ଭାରାକ୍ରାନ୍ତ, ପ୍ରତାରିତ ହୋଇ ବଞ୍ଚୁଛି ତା ନୁହେଁ । ଏମାନଙ୍କ ପ୍ରକୋପ କାରଣରୁ ସାଧାରଣ ମଣିଷଙ୍କ ମାନସିକ ଅସ୍ଥିରତା, ସାମାଜିକ ଦୁର୍ବଳତା, ହିଂସାଭାବ ଇତ୍ୟାଦି ଅମାନୁଷିକ ଆଚରଣ ଗୁଡିଏ ବୃଦ୍ଧି ହେବା ସହିତ ବିଭିନ୍ନ ରୋଗ ଗ୍ରସ୍ଥ ହେବା ତଥା ଆୟୁଷ କ୍ଷୀଣ ହେବା ଭଳି ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ ଯାହା ସାଧାରଣ ନିର୍ବୋଧ ଆଦୌ ବୁଝି ପାରନ୍ତି ନାହିଁ କି ଭାବି ମଧ୍ୟ ପାରିବେ ନାହିଁ । ଏହିସବୁ ଅନାବଶ୍ୟକ ମନୁଷ୍ୟକୃତ ଅପ୍ରାକୃତିକ ଜୀବନ ଶୈଳୀକୁ ଆଦରି ନେଇ ମଣିଷ କେବଳ ଭାବୁଛି ଯେ ଆମେ ସୁଖରେ ରହୁଛୁ । କି’ନ୍ତୁ ଥରେ ଏମାନଙ୍କ ଗୋଷ୍ଠୀଗତ ଆନୁଗତ୍ୟକୁ ପ୍ରତ୍ୟାଖ୍ୟାନ କରି ଦେଖନ୍ତୁ ଜୀବନ କେତେ ସରଳ ସୁଗମ ଅନୁଭବ ହେବ ଯାହା ଉପସ୍ଥିତ ସମୟରେ ଭାବିବା ମଧ୍ୟ ସମ୍ଭବ ହେଉନାହିଁ । କି’ନ୍ତୁ ନିରାଟ ସତ୍ୟ ! ପ୍ରକୃତିର କୋଳରେ ଜନ୍ମିତ ପ୍ରାକୃତିକ ମନୁଷ୍ୟ ଯେ ଦିନେ ସବୁ ଛାଡି ମାଟିରେ ମିଶିଯିବ ଏହି ଭାବନାରୁ ଦୁରେଇ ରଖି ଏହିସବୁ ଗୋଷ୍ଠୀର ଅଜ୍ଞାନ ଚତୁର ସର୍ବସାଧାରଣଙ୍କୁ ଦିନରେ ଯେଉଁ ଜହ୍ନ ଦେଖାଉଛନ୍ତି ସେଗୁଡିକ ବର୍ଜନୀୟ ନିଶ୍ଚୟ ଯଦି ଆମେ ପ୍ରକୃତ ମନୁଷ୍ୟ ଜୀବନର ସ୍ୱାଦକୁ ଅନୁଭବ କରିବାକୁ ଇଛୁକ ।
ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ଏହି ଗୋଷ୍ଠୀଗତ ଆନୁଗତ୍ୟକୁ ପ୍ରତ୍ୟାଖ୍ୟାନ କରି ଏକ ସାମାଜିକ ଆନେ୍ଦାଳନାତ୍ମକ ପଦକ୍ଷେପ ଗ୍ରହଣ କରି ନିଜକୁ ନିଜେ ରକ୍ଷା କରିବା ବ୍ୟତୀତ କୌଣସି ଭଗବାନ ଆମକୁ ରକ୍ଷା କରି ପୃଥିବୀ ପୃଷ୍ଠରେ ସୁଖ ଶାନ୍ତି ଫେରାଇ ଆଣିବେ ବୋଲି ଭାବନା କେବଳ ଭାବନା ମଧ୍ୟରେ ରହିବା ଛଡା ଆଦୌ ଫଳପ୍ରଦ ହେବନାହିଁ ଜନ୍ମ ଜନ୍ମ ଧରି ଗ୍ରହଣ କରି·ଲିଥିଲେ ମଧ୍ୟ । ତେଣୁ ହେ ମନୁଷ୍ୟ ସମାଜ ସମସ୍ତେ ଏକ ହୋଇ ଏହି ଗୋଷ୍ଠୀଗତ ଆନୁଗତ୍ୟକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ ପୂର୍ବକ କେବଳ ସାଧାରଣ ମଣିଷ ସମାଜ ଗଠନ କରିବା ଦିଗରେ ଏକତ୍ରିତ ହୋଇ କାର୍ଯ୍ୟ କରନ୍ତୁ ଯାହା ଆମକୁ ହୁଏତ ଟିକେ କଷ୍ଟରେ ହେଲେ ମଧ୍ୟ କିଛି ଦିନ ମଧ୍ୟରେ ସୁଖ ଶାନ୍ତି ଫେରାଇ ଆଣିବାରେ ସାହାଯ୍ୟ କରିପାରେ ଯାହା ପୃଥିବୀରେ ମନୁଷ୍ୟ ସୃଷ୍ଟି ହେବା ସମୟରେ ଥିଲା । ନତୁବା କେହି ଆମକୁ ରକ୍ଷା କରିପାରିବେ ନାହିଁ ଯାହା ଆସନ୍ତା ସମୟରେ ପ୍ରକୃତିର ସମୟ ପୂର୍ବରୁ ସମଗ୍ର ମଣିଷ ସମାଜ ବିଲୁପ୍ତ ହେବ !
ମୋ: ୯୪୩୭୩୨୪୯୧୭