ନିୟତ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ସଫଳତା ପାଇଁ ନିୟତ ପ୍ରଯନô ହେବେ କେତେ ଆବଶ୍ୟକ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ସାଧାରଣତଃ ଆମେ ସମସ୍ତେ ନିଜ ନିଜ ଭବିଷ୍ୟତକୁ ନେଇ ବେଶ୍ ଚିନ୍ତିତ । ଆମ ଜୀବନର ଅଧିକାଂଶ ସମୟ ଭବିଷ୍ୟତର ଚିନ୍ତାକୁ ନେଇ ବିତେ । ହେଲେ ପ୍ରାୟତଃ ଆମେ ଜୀବନରେ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଚିନ୍ତା ସିନା କରୁ, ହେଲେ ଚେଷ୍ଟା କରିନଥାଉ । କେବଳ ଚିନ୍ତା କରିଦେଲେ ଯେ ସଫଳତା ମିଳିଯିବ ତା'ର ମାନେ କିଛି ନାହିଁ । ଆମ ଚିନ୍ତା ଯେତେବେଳେ ଚେଷ୍ଟା ସହିତ ଯୋଡି ହୁଏ, ସେତେବେଳେ ସଫଳତାର ସମ୍ଭାବନା ଥାଏ । କିନ୍ତୁ ଏସବୁ ଦିଗରେ ବଡ ଶତ୍ରୁ ଭାବରେ ଠିଆ ହୋଇଥାଏ ଆମ ଆଳସ୍ୟ ବା ଆମ ଅଳସୁଆପଣ । ଏଇ ଅଳସୁଆପଣ ହିଁ ଜୀବନଟାକୁ ନର୍କକୁ ଠେଲି ଦିଏ । ଆମର ଜୀବନଶୈଳୀ ଆମର କର୍ମରେ ଗଭୀର ପ୍ରଭାବ ପକାଇଥାଏ । ସେଥିପାଇଁ ଆମର ଅଭ୍ୟାସଗୁଡିକ ଆମ ନିୟନ୍ତ୍ରଣରେ ରହିବା ସର୍ବାଦୌ ଗୁରୁତ୍ୱପୂର୍ଣ୍ଣ ।
ସଫଳ ବ୍ୟକ୍ତିମାନଙ୍କ ଜୀବନକୁ ଲକ୍ଷ୍ୟ କରିଲେ ସ୍ପଷ୍ଟ ଜଣାପଡେ ଯେ ସେମାନେ ନିଜର ଅଭ୍ୟାସକୁ ସୁନିୟନ୍ତ୍ରିତ କରିଚାଲିଥାନ୍ତି । ଦୈନନ୍ଦିନ ଜୀବନରେ ସେମାନେ ବେଶ୍ ଶୃଙ୍ଖଳିତ ଏବଂ ସଦାସର୍ବଦା କର୍ମରତ ଥାନ୍ତି । ଏଥିରେ କୌଣସି ବିସ୍ମୟ ହେବାର କିଛି ନାହିଁ । ଅତଏବ ଆଳସ୍ୟପଣ ଠାରୁ ଦୂରେଇ ରହିବା ସହିତ ନିଜକୁ ସଫଳତାର ଶୀର୍ଷ ସୋପାନରେ ପହଞ୍ଚାଇବା ପାଇଁ ନିୟତ ପ୍ରଯନô କରିବା ଉଚିତ୍ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।