ପ୍ରଥମ ସାରସ୍ୱତ ସୃଷ୍ଟି
ପ୍ରଥମ ସାରସ୍ୱତ ସୃଷ୍ଟି
ସାରସ୍ୱତ ସାଧନା ସ୍ତମ୍ଭରେ ମୁଁ ପ୍ରଥମ ସାରସ୍ୱତ ସୃଷ୍ଟି ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନଥିଲି । କେବଳ ବଡ ଭଉଣୀଙ୍କ ନିଦେ୍ର୍ଦଶରେ କବିତା ଲେଖିବା ଆରମ୍ଭ କରିଥିଲି ବୋଲି ଲେଖିଥିଲି । ମୋର କବିତା ଲେଖା ଦଶବର୍ଷ ବୟସରୁ ଅର୍ଥାତ୍ ୧୯୬୦ରେ ମୁଁ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କାଳରୁ ଆରମ୍ଭ ହୋଇଥିଲା । ପଞ୍ଚମ ଓ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ମୁଁ ଯେଉଁ କବିତା ଲେଖିଥିଲି ସେଗୁଡିକୁ କବିତା କୁହାଯାଇପାରିବ ନାହିଁ । ସପ୍ତମ ଶ୍ରେଣୀରୁ ମୋ ଲିଖିତ କବିତା ମାର୍ଜିତ ସ୍ୱରୂପ ଗ୍ରହଣ କରିଥିଲା । ପ୍ରଥମେ ମୁଁ ଆମ ଗାଁ, ବ୍ରାହ୍ମଣୀନଦୀ, ବାଲୁଙ୍କେଶ୍ୱର, ବ୍ରାହ୍ମଣୀ ଦେବୀ, ରାମିଆଳ ନଦୀ, ଗେଣ୍ଡାଗାଡ଼ିଆ, ଆନିକଟ, ଆମ ଗାଁ ଆମ୍ବତୋଟା, ଶବର ଶବରୁଣୀ, ବଡପାଟ, ସାନପାଟ ପ୍ରଭୃତି ସମ୍ପର୍କରେ କବିତା ଲେଖିଥିଲି । ସବୁ କବିତା ଗୁଡିକ ସ୍ଥାନିତ କରିବା ସମ୍ଭବ ନୁହେଁ । କେବଳ ଅଗଣିତ ପାଠକଙ୍କ ଅନୁରୋଧ କ୍ରମେ କବିତା ସ୍ଥାନିତ କରିଛି । ବିଶେଷତଃ ଆମ ଗାଁର ଅବସର ପ୍ରାପ୍ତ ଉପନିଦେ୍ର୍ଦଶକ ପଣ୍ଡିତ ପ୍ରଫୁଲ୍ଲ କୁମାର ଦାଶଙ୍କୁ ଇଚ୍ଛାନୁସାରେ ଆମ ଗାଁର ଇଷ୍ଟ ଶ୍ରୀବାଲୁଙ୍କେଶ୍ୱର, ଶ୍ରୀ ବ୍ରାହ୍ମଣୀ ଦେବୀ ଓ ବ୍ରାହ୍ମଣୀ ନଦୀ କବିତା ତିନିଗୋଟି ନିମ୍ନରେ ଉଲ୍ଲେଖ କରୁଅଛି । ଏହି କବିତା ଗୁଡିକ କୌଣସି ପତ୍ରିକାରେ ପ୍ରକାଶିତ ହୋଇନଥିଲେ ହେଁ ଗାଁର ସାରସ୍ୱତ ଅନୁରାଗୀଙ୍କ ଆଦୃତି ଲାଭ କରିଥିଲା ।
ଆମ ଗାଁର ପୂର୍ବପାଶ୍ୱର୍ରେ ଶ୍ରୀବାଲୁଙ୍କେଶ୍ୱର ମନ୍ଦିର । ବର୍ତ୍ତମାନ ସେଠାରେ ବହୁ ମନ୍ଦିର ନିର୍ମାଣ ହେଲାଣି । ଆମ ପିଲାବେଳେ କେବଳ ଶ୍ରୀବାଲୁଙ୍କେଶ୍ୱର ମନ୍ଦିର ଥିଲା । ମୁଁ ମଧ୍ୟ ପିଲାବେଳୁ ପ୍ରତ୍ୟହ ଶ୍ରୀବାଲୁଙ୍କେଶ୍ୱରଙ୍କ ଦର୍ଶନ କରିଥାଏ । ସେ ଅଭୀଷ୍ଟ ଫଳଦାତା । ଶ୍ରୀବାଲୁଙ୍କେଶ୍ୱର ଆମ ଅଞ୍ଚଳରେ ପ୍ରତ୍ୟକ୍ଷ ଦେବତା ଥିଲେ । ଆମ ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କର ତାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଥାଏ । ପ୍ରଥମେ ମୁଁ ତାଙ୍କର କ୍ଷୁଦ୍ର ପ୍ରାର୍ଥନା ରଚନା କରିଥିଲି । ଏହି ପ୍ରାର୍ଥନାଟି ଦ୍ରୁତଗତିରେ ଆମ ଗାଁରେ ପ୍ରସାର ଲାଭ କରିଥିଲା । ପ୍ରାର୍ଥନାଟି ହେଉଛି:-
ଶ୍ରୀ ଶ୍ରୀବାଲୁଙ୍କେଶ୍ୱର ଜଗତଈଶ୍ୱର ଲିଙ୍ଗରୂପୀ ଦେବହର,
ହେ ତ୍ରିଶୁଳଧର ବାଲିରୁବାହୀର ମାର୍ଥାପୁର ଅଧୀଶ୍ୱର ।୧ା
ପ୍ରଭୁ ବାେ‚ଶ୍ୱର ବିରାଜିପାଶ୍ୱର୍ର ମନୋବା‚ା ଫଳବ୍ୟନ୍ତି
ତାଙ୍କ ପଦେମୋର କୋଟି ନମସ୍କାର ଯୁଗ୍ମ ଲିଙ୍ଗେ ଉଭାଛନ୍ତି ।୨ା
ଜଗତ ଜନନୀ ପର୍ବତ ନନ୍ଦିନୀ ନିମଗଛରୁ ବାହାରି,
ଏ ଦିବ୍ୟ କ୍ଷେତ୍ରରେ ବ୍ରାହ୍ମଣୀ ତଟରେ ବିରାଜିଲେ କୃପାକରି ।୩ା
ଉତ୍ତର ଦିଗର କାର୍ତ୍ତିକେୟବୀର ଦକ୍ଷିଣ ଦିଗେ ଗଣେଶ,
ପଶ୍ଚିମେ ଭୈରବ ପାଶ୍ୱର୍ନାଥ ଦେବ ସମ୍ମୁଖେ ବିଜେ ଯଜେ୍ଞଶ ।୪ା
ପ୍ରଭୁ ବିଲ୍ୱବନେ ନିଭୃତ କାନନେ ରଚନ୍ତି ନୃତ୍ୟ ତାଣ୍ଡବ,
ସଙ୍ଗରେ ଗଉରୀ ଘେନି ସହଚରୀ ଚଉପାଶେ କଲରବ ।୫ା
ପ୍ରତି ନିଶାର୍ଦ୍ଧରେ ପାର୍ବତୀ ସାଥୀରେ ବୃଷଭ ପୃଷ୍ଠ ଆବୋରି,
ପ୍ରଭୁ ବାଲୁଙ୍କୀଶ କରନ୍ତି ଆଶିଷ ଗ୍ରାମ ପରିକ୍ରମା କରି ।୬ା
ସୋମ ରାତ୍ର ଦିନ ସ୍ନାନ କରିବନି ସଂଯମ ମନେ ବସିଲେ,
ଶିବ ଶିବା ମିଶି ଦେଖାଦେବେ ଆସି ଭଇରବ ଦାସ ବୋଲେ ।୭ା
ଶିବ ଶତନାମ ଭଜନ କୀର୍ତ୍ତନ କରିଥାନ୍ତି ଗ୍ରାବାସୀ,
କରନ୍ତି ଆରତି ମହାଶିରରାତ୍ରି ମହାଦୀପ ଜାଳି ମିଶି ।୮ା
ପ୍ରଭୁ ଆଶୁତୋଷ ଦେବତା ମହେଶ ଜଟାଧାରୀ ଦେବହର,
ହେଲେ ନଉଚ୍ଛାଳି ବ୍ରାହ୍ମଣ ମଣ୍ଡଳୀ ତାଙ୍କ ପ୍ରତି କୃପାକର ।୯ା
ମହାରଥାପୁର ଜ୍ଞାନୀ ଗୁଣୀଙ୍କର ହେଉ ନିତ୍ୟ ଚିର ବାସ,
ବେଦଜ୍ଞ ଭାବରେ ଏଖିଳ ସଂସାରେ ଯୁଗେ ଯୁଗେ ରହୁ ଯଶ । ୧୦ା
ଶାସନ ମୁଣ୍ଡରେ ପୂରୁବ ଦିଗରେ ବିରାଜିଛି ଗଙ୍ଗାଧର,
ତୁମରି କରୁଣା କେବେ ନୋହୁଉଣା ଏତିକି ପ୍ରର୍ଥନା ମୋର ।୧୧ା
ଏହି ପ୍ରାର୍ଥନାଟି ମୁଁ ପ୍ରତିଦିନ ବାଲୁଙ୍କେଶ୍ୱର ମନ୍ଦିରରେ ବୋଲେ । ପଣ୍ଡିତ ସଙ୍କର୍ଷଣ ଦାଶ, କବି ପ୍ରାଣବନ୍ଧୁ ମିଶ୍ର, ଧନେଶ୍ୱର ମିଶ୍ର, ଗୋପାଳ ଦାଶ, ଶୈଳବାଳା ମିଶ୍ର, ବଳରାମ ନନ୍ଦ, ଗୟାଧର ମିଶ୍ର, ବ୍ରଜ ମୋହନ ଦାଶ, ଦିଗମ୍ବର ଦାଶ, ହାଡିବନ୍ଧୁ ମିଶ୍ର, ମାନଗୋବିନ୍ଦ ଦାଶ ପ୍ରଭୁତି ଗ୍ରାମବାସୀ ମୋଠାରୁ ଏହି ପ୍ରାର୍ଥନାଟିକୁ ଟିପି ନେଇଥିଲେ । ଫଳତଃ ଏହାର ବ୍ୟାପକ ପ୍ରସାର ଘଟିଥିଲା ।
ଆମ ଗାଁର ଇଷ୍ଟଦେବୀ ବ୍ରାହ୍ମଣୀ ଦେବୀ ଗାଁର ଐଶାନ୍ୟ କୋଣରେ କିୟତ୍ ଦୂରରେ ଲତାକୁଞ୍ଜ ପରିବେଷ୍ଟିତ ବୃକ୍ଷ ମୂଳରେ ବିରାଜିତ । ନିକଟରେ ତାଙ୍କ ମନ୍ଦିର ନିର୍ମିତ । ପୂର୍ବରୁ ଏହି ପୀଠରେ ଶତାଦ୍ଦୀ ଶତାବ୍ଦୀ ଧରି ମନ୍ଦିର ନଥିଲା । ବ୍ରାହ୍ମଣୀ ଦେୀବ ପ୍ରତ୍ୟକ୍ଷ ଦେବୀ । ମୁଁ ରଚନା କରିଥିବା ତାଙ୍କ ପ୍ରାର୍ଥନାଟି ହେଉଛି:-
ଜୟମା’ ବ୍ରାହ୍ମଣୀ ଜଗତ ଜନନୀ କୃପାମୟୀ ଜଗଦ୍ଧାତ୍ରୀ,
ମହାରଥାପୁରେ ଐଶାନ୍ୟ କୋଣରେ ବିରାଜିତ ମହାଶକ୍ତି ।୧ା
ମା’କରୁଣାମୟୀ ଦେବୀ ମହାମାୟୀ ଲତା କୁଞ୍ଜେ ବିଜେକରି,
ଅକାଳେ ଆପଦେ ସଙ୍କଟେ ବିପଦେ ତୁହି ମାଆ ରକ୍ଷାକାରୀ ।୨ା
ପଣ୍ଡିତ ଭକତ ପାପୀତପୀ ସନ୍ଥ ଲୟ ରଖି ତୋ ପୟରେ,
ତୋର ପରସନ୍ନେ ବ୍ରାହ୍ମଣ ଶାସନେ ସର୍ବେ ଅଛନ୍ତି ସୁଖରେ ।୩ା
ତ୍ରିଗୁଣ ରୁଜ୍ଜୁରେ ବାନ୍ଧିଛୁ ସଂସାରେ ତୁହି ପରମ ବ୍ରହ୍ମାଣୀ,
ତୁହଁ ମା’ ଭରସା ତୁହି ଆମ ଆଶା ତୁହଁ ମା’ ବିଶ୍ୱକଲ୍ୟାଣୀ ।୪ା
ସେବକ ଦେହୁରୀ ତୋତେ ପୂଜାକରି ଦିଏ ନିତି ବଳୀ ଭୋଜା,
ପୂଜା ପାର୍ବଣରେ ପଣା ସଂକ୍ରାନ୍ତିରେ ହୁଏ ତୋର ମହାପୂଜା ।୫ା
ମୋର ଶ୍ରୀଅଙ୍ଗରେ ମାଜଣା ଯେ କରେ ପୂର୍ଣ୍ଣ ହୁଏ ସର୍ବ କାମ,
ତୋ ପୀଠେ ସରବେ ଜନ୍ତାଳ ପରବେ କରିଥାନ୍ତି ପୂଜା ହୋବ ।୬ା
ଗ୍ରାମବାସୀ ମିଶି ଏକତ୍ରରେ ବସି କରନ୍ତି ପ୍ରସାଦ ସେବା,
ସର୍ବେ ଏକ ମନ ସର୍ବେ ଏକ ପ୍ରାଥର କି ଅବଉପମା ଦେବା ।୭ା
ପ୍ରତିଟି ରାତିରେ ନିଶା ଭ୍ରମଣୀରେ ଗ୍ରାମକୁ ଦେଉ ସୁରକ୍ଷା,
ତୋହ ବିନା ମାତ ସଭିଁଏ ଅନାଥ କରୁଅଛୁ କୃପାଭିକ୍ଷା ।୮ା
ବାଲୁଙ୍କେଶ୍ୱରଙ୍କ ପ୍ରାର୍ଥନା ସଦୃଶ ବ୍ରାହ୍ମଣୀଦେବୀଙ୍କ ପ୍ରାର୍ଥନାଟି ମଧ୍ୟ ଗାଁରେ ପ୍ରସାର ଲାଭ କରିଥିଲା ।
ନବଧା ଗଙ୍ଗା ନାମରେ ବିଖ୍ୟାତ ବ୍ରାହ୍ମଣୀ ନଦୀ ଆମ ଗାଁ ଠାରେ ଉତ୍ତର ବାହିନୀ ହୋଇ ରାମିଆଳ ଓ ଡମଶାଳର ମିଳିତ ଜଳଧାରା ସହିତ ମିଶି ତ୍ରିବେଣୀ ସଙ୍ଗମ ସୃଷ୍ଟି କରିଛି । ଶାସ୍ତ୍ରୋକ୍ତି ଅନୁଯାୟୀ ଉତ୍ତରବାହିନୀ ନଦୀ ମହାତୀର୍ଥ । ଏହି ଦିବ୍ୟ ଦୃଷ୍ଟିରେ ବ୍ରାହ୍ମଣୀ ନଦୀ ଉପରେ ନିମ୍ନୋକ୍ତ କବିତାଟି ମୁଁ ଅଷ୍ଟମଶ୍ରେଣୀରେ ପଢୁଥିବା ବେଳେ ଲେଖିଥିଲି ।
ବ୍ରହ୍ମା ସୁନଳିକୀ ବ୍ରାହ୍ମଣୀ ତଟିନୀ ବେଦବ୍ୟାସରୁ ଜନମ,
ବିନ୍ଧ୍ୟାଞ୍ଚଳୁ ଆସି ଦୁଇଧାର ମିଶି ବ୍ୟାସଙ୍କୁ କଲେ ପ୍ରଣାମ ।୧ା
ସତ୍ୟବତୀ ସ୍ୱତ ଦେଲେ ଆଶୀର୍ବାଦ ଯାଆ ମାଆ ତୁହି ବହି,
ଗଙ୍ଗା ସମତୋର ପୂତ ହେବନୀର ତୃଷ୍ଣା ନିବାରିବୁ ତୁହି ।୨ ।
ବଣାଇ ବାମଣ୍ଡା ପାଳିର ଲହଡା ତାଳଚେର, ଢେଙ୍କାନାଳ,
ଗତିତୋର ମାତ ହେବ ଅବରତ ଶେଷେ ହେବୁ ଦୁଇଫାଳ ।୩ ।
ଭୂମି ସମତଳ କରିବୁ ଶୀତଳ ସଙ୍ଗମ ମହୋଦଧିରେ,
ତୋର ତଟବାସୀ ସର୍ବେ ହେବ ଖୁସି ସ୍ନାସ କରିବେ ବିଧିରେ ।୪ ।
ତୋ ପୂତେ ସଲିଳେ ପବିତ୍ର ସକଳେ ପୂଜିବେ ତୋର ପୟର,
ଶୁଣ ମୋ ବଚନ ନହେବଟି ଆନ ବନ୍ଦନା ହେବ ତୋହର ।୫ା
ମହାରଥାପୁରେ ପୂରୁବ ଦିଗରେ ହୋଇବୁ ତୁ ପ୍ରବାହିତ,
ଉତ୍ତର ବାହିନୀ ହେବୁ ମା’ ବ୍ରାହ୍ମଣୀ ଗଙ୍ଗାନାମେ ହେବୁ ଖ୍ୟାତ ।୬ା
ଉତ୍ତରଦିଗର ରାମିଆଳ ଧାର ଯମୁନା ସ୍ୱରୂପ ଆସି
ତ୍ରିବେଣୀ ସଦୃଶ ତୋ ଅଙ୍ଗେ ପ୍ରବେଶ ଡମଶାଳ ସହ ମିଶି ।୭ା
ପୁର ମହାରଥ ହେବ ମହାତୀର୍ଥ ମହାକୀର୍ତ୍ତିକ ନାମରେ,
ତୀର୍ଥେ ସ୍ନାନକରି ପାପୀ ଯିବେ ତରି ଜ୍ଞାନୀ ଭକତ ସାଥୀରେ ।୮ା
ପୂର୍ବ ଦିଗେ ମାତ ମଧୁ ପରବତ ଉପରୁ ସୁରୁଯ ଉଇଁ,
ତୋ ନୀଳ ରାଶିରେ ସୁନେଲି ରଙ୍ଗରେ ଦେବ ମା’ କିରଣ ଛାଇ ।୯ା
ପ୍ରାତଃ ମୁହୂର୍ତ୍ତରେ ବ୍ରାହ୍ମଣ ଆବରେ ସ୍ନାନ କରି ହେବ ପୂତ,
ଶ୍ରୀବାଲୁଙ୍କେଶ୍ୱର ଦର୍ଶନେ ଅଧୀର ହୋଇ ସର୍ବେ ହେବେ ପ୍ରୀତ । ୧୦ା
ଜୟ ମା’ ବ୍ରାହ୍ମଣୀ ବ୍ରହ୍ମାଙ୍କ ନନ୍ଦିନୀ ଘେନ ମା’ ଟିକି ପ୍ରଣତି,
ତୋ କୂଳେ ବଢିବି ଜଲେ ଗାଧୋଇବି କୃପାକର ସ୍ରୋତସ୍ୱତୀ । ୧୧ା
ଏତଦ୍ ଭିନ୍ନ େ·ଖି ରାଗରେ ମୁଁ ନବମ ଶ୍ରେଣୀରେ ପଢୁଥିଲା ବେଳେ ମୋ ଜନ୍ମଭୂମି ଉପରେ କବିତାଟି ଲେଖିଥିଲି । ଯାହାକୁ ପାଠକରି ଆମ ଗାଁର ପ୍ରଫେସର ହରିହର ମିଶ୍ର, ଶିକ୍ଷକ ବଳରାମ ନନ୍ଦ, ପରମାନନ୍ଦ ବ୍ରହ୍ମଚାରୀ, ମୋ ପୀଉସା ଭୀମସେନ ମିଶ୍ର ଓ ମଉସା ଗୟାଧାର ମିଶ୍ର ପ୍ରଭୃତି “ମାର୍ଥାପୁରର ଜାତୀୟ ସଙ୍ଗୀତ” ଆଖ୍ୟା ଦେଇଥିଲେ ।
ବିନ୍ଧ୍ୟାଞ୍ଚଳୁ ଦୁଇଥାର ବେଦବ୍ୟାସେ ସମାହାର
ବ୍ରାହ୍ମଣୀ ନାମେ ସଂସାର, କରେ ପବିତ୍ର
ବ୍ରାହ୍ମଣୀ ବାହ ପୂର୍ବରେ ରାମିଆଳ ଉତ୍ତରରେ
ସହାଡାଘାଇ ପୟରେ, ଯେ ପ୍ରବାହିତ ।
ସେହି ମୋର ଜନମ ଭୂଇଁ
ମହାରାଥାପୁର ନାମ, ଜଗତେ ନାହିଁ ।୧ା
ମହାତପୀ ସ୍କନ୍ଧସ୍ୱାମୀ ବେଦବେତ୍ତା ମହାଜ୍ଞାନୀ
ନାନା ଦେଶ ଭ୍ରମି ଭ୍ରମି, କଲେ ଶାସନ
ତ୍ରିବେଣୀ ସଙ୍ଗମ ସ୍ଥଳେ ବାର ଶହ ବର୍ଷ ତଳେ
ବେଦର ଭାଷ୍ୟ ଭଣିଲେ ହୋଇ ମଉନ ।
ସେହି ମୋର ଜନମ ଭୂଇଁ,
ତୋ କୋଳରେ ଭାଗ୍ୟବାନ, ଜନମି ମୁହିଁ ।୨ ।
ବ୍ରାହ୍ମଣୀ ତଟେ ଶୋଭନ ବିଶାନଳ ଆମ୍ର କାନନ
ବ୍ରାହ୍ମଣୀ ଦେବୀ ଆସ୍ଥାନ, ଐଶାନ୍ୟ ଦିଶେ,
ବିରାଜନ୍ତି ପୂର୍ବ ଦିଶେ ବାଲୁଙ୍କେଶ୍ୱର ମହେଶ
ପାର୍ବତୀ ଛନ୍ତି ପାରୁଶେ, ଶାସନ ଶେଷେ ।
ସେହି ମାର ଜନମ ଭୂଇଁ
ବଡ଼ଦାଣ୍ଡ ସମଦାଣ୍ଡ, ସୁନ୍ଦର ତହିଁ ।୩ ।
ଗଡ଼ଚଣ୍ଡୀ ଠାକୁରାଣୀ ଶବର ଓ ଶବରୁଣୀ
ଗ୍ରାମର ରକ୍ଷାକାରିଣୀ, ଦେବୀ ପ୍ରତିମା,
ବଡ଼ପାଟ ସାନପାଟ ଆବର ଡାଳୁଅ ପାଟ
ନାଳ ମଧ୍ୟେ ଆନିକଟ, ନାହିଁ ଉପମା ।
ସେହି ମୋର ଜନମ ଭୂଇଁ
ସତୀଗାଡ଼ିଆ ଶ୍ମଶାନ, ସରଗ ଭୂଇଁ ।୪ ।
କେତେକେତେ ମହାରଥୀ ଏ ଶାସନେ ଜନ୍ମିଛନ୍ତି
ରଖିଛନ୍ତି ଯଶକୀର୍ତ୍ତିୀ, ଶାସ୍ତ୍ର ଜ୍ଞାନରେ,
ମୁଁ ତାଙ୍କ ଉତ୍ତରାଧିକାରୀ ଏକଥାକୁ ହେଜକରି
ଜୀବନେ ବ୍ରତ ଆଚରି, ଦିବ୍ୟ ପଥରେ
ସେହି ମୋର ଜନମ ଭୂଇଁ
ତା ଟେକ ରଖିବି ମୋର, ଶପଥ ଏହି । ୫ ।
ଆନନ୍ଦନଗର, କାଠଗଡା