ଡିଜେ ଓ ବାଣ ବ୍ୟାନ କରିବାକୁ ପିଟିସନ


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: ଦିନକୁ ଦିନ ଉଚ୍ଚ କ୍ଷମତା ସମ୍ପନ୍ନ ସାଉଣ୍ଡ ସହିତ ବାଣର ବ୍ୟବହାର ବଢି ଚାଲିଛି । ରାଜନୈତିକ ଶୋଭାଯାତ୍ରା ହେଉ କି ବିବାହ ବରଯାତ୍ରୀ ଶୋଭାଯାତ୍ରା ଡିଜେ ଓ ବାଣ ଫେସନ ଓ ଷ୍ଟାଟସରେ ପରିଣତ ହୋଇଗଲାଣି । ଉକ୍ତ ଦୁଇଟିର କାରଣରୁ ଦିନକୁ ଦିନ ପ୍ରଦୂଷଣ ସହ ମୃତୁ୍ୟ ହାର ବଢିବାରେ ଲାଗିଛି । ହେଲେ ଏହା ଉପରେ ପ୍ରଶାସନ କିମ୍ବା ସରକାର ରୋକ୍ ଲଗାଇ ପାରୁନି । ଡିଜେ ସାଉଣ୍ଡ କାରଣରୁ ବୟସ୍କ ଲୋକ କିମ୍ବା ହୃଦ୍ରୋଗୀ ମୃତୁ୍ୟ ବରଣ କରୁଥିବା ବେଳେ ଶବ୍ଦ ପ୍ରଦୁଷଣର ମାତ୍ର ବଢି ଚାଲିଛି । ଏଥି ସହିତ କାଳ ହେଉଛି ବାଣ ।  ନିକଟରେ ନରେନ୍ଦ୍ର ପୋଖରୀ ବାଣ ବିସ୍ପୋରଣରେ ଅନେକ ଜୀବନ ଦୀପ ଲିଭି ଯାଇଥିବା ବେଳେ ବହୁ ଲୋକ ଚିକିତ୍ସାଧିନ ଅଛନ୍ତି । ତା ସହିତ ବାଣରେ ବ୍ୟବହାର କରାଯାଉଥିବା ସଲଫର ନାମକ ରାସାୟନିକ ପଦାର୍ଥ ବାୟୁ ମଣ୍ଡଳରେ ମିଶିବା ଦ୍ୱାରା ଚର୍ମ କର୍କଟ ଭଳି ରୋଗ ସୃଷ୍ଟି ହେଉଛି । ଏଥିସହିତ ଡିଜେ ଓ ବାଣରୁ ବାହାରୁଥିବା ଉଚ୍ଚ ଶକ୍ତି ସମ୍ପନ୍ନ ଧ୍ୱନିର ପ୍ରଭାବରେ ବହୁ ପକ୍ଷô ଓ ପଶୁ ମଧ୍ୟ ମୃତୁ୍ୟ ବରଣ କରୁଛନ୍ତି । ସରକାରୀ ପ୍ରୋତ୍ସହନ କାରଣରୁ ଉକ୍ତ ଦୁଇଟି ବ୍ୟବସାୟକୁ ଲୋକମାନେ କୁଟୀର ଶିଳ୍ପରେ ପରିଣତ କରିସାରିଲେଣି । ଗାଁ ଗାାଁରେ ଏବେ ବି ଲୁଚାଛପାରେ ବାଣ ଭିଡ଼ା ଓ ଡିଜେ ମାଇକ ବ୍ୟବସାୟ ଚାଲୁ ରହିଛି । ନା ଏହାକୁ ରୋକିବା ଲାଗି  ପୁଲିସର ତତ୍ପରତା ରହିଛି ନା ପ୍ରଶାସନ ଓ ସରକାରଙ୍କ ଦାୟିତ୍ୱ ରହିଛି । ଏ ସଂକ୍ରାନ୍ତରେ ୨୦୨୩ ଡିସେମ୍ବର ୧୩ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଉକ୍ତ ଦୁଇଟି ପ୍ରଦୂଷଣ ସୃଷ୍ଟି କରୁଥିବା ଡିଜେ ଓ ବାଣକୁ ବେଆଇନ ଘୋଷଣା ଲାଗି ନିବେଦନ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଲାନାହିଁ । ତେଣୁ ଏହାର ପ୍ରସ୍ତୁତ ଓ ବ୍ୟବହାର ବେଆଇନ ବୋଲି ଘୋଷଣା କରିବାକୁ ନିଦେ୍ର୍ଦଶ ଦେବା ଲାଗି ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରି ସାମାଜିକ କର୍ମୀ ତାରିଣୀ କୁମାର ପଟ୍ଟନାୟକ ରାଜ୍ୟ ମାନବଧିକାର କମିଶନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ମାନ୍ୟବର କମିଶନ ମଧ୍ୟ ଉକ୍ତ ପିଟିସନକୁ ବିଚାର ଲାଗି ତାଲିକାଭୁକ୍ତ କରିଛନ୍ତି ।