ବିଜେଡିର କର୍ମୀ ସମ୍ମିଳନୀ
ରାଜକନିକା : ଆଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାଜକନିକା ବ୍ଲକ କୋଇଲିପୁର ଗ୍ରାମ ପଞ୍ଚାୟତ ର ଖୁଲାରୀ ଖେଳ ପଡିଅ । ଠାରେ ବିଜେଡ଼ିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ବିଜେଡ଼ି ବ୍ଲକ ସଭାପତି ବିଦ୍ୟାଧର ବେହେରା ଙ୍କ ସଭାପତିôବ ଓ ପ୍ରାକ୍ତନ ସମିତି ସଭ୍ୟ ସୁଧାକର ଦାସଙ୍କ ମଞ୍ଚ ପରି·ଳନା ରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ତଥା ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ ଯୋଗ ଦେଇ ନବୀନ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କ ରେ ବକ୍ତବ୍ୟ ରଖିବା ସହିତ ୬ଷ୍ଠ ଥର ପାଇଁ ବିଜେଡି ଦଳକୁ ବହୁ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଅରୁଣ ରାଉତ, ଦଳର ବରିଷ୍ଠ ନେତା ବିକାଶ ଚନ୍ଦ୍ର ଦାସ, ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ, ସଂଗଠକ ତଥା ଯୁବନେତା ପବିତ୍ର ରାଉତ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସାହୁ, ସମିତି ସଭ୍ୟା ବବିତା ନାୟକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ପ୍ରାକ୍ତନ ସମିତି ସଭ୍ୟ ନିରଞ୍ଜନ ବେହେରା, ପୂର୍ବତନ ସରପଞ୍ଚ ରବିନାରାୟଣ ବେହେରା, ନାଏବ ସରପଞ୍ଚ ରାଧାରାଣୀ ନାୟକ ଓ ନାରୀନେତ୍ରୀ ସଂଯୁକ୍ତା ଶତପଥୀ ପ୍ରମୁଖ ଯୋଗ ଦେଇ ଜୁନ ୧ ତାରିଖରେ ହେବାକୁ ଥିବା ନିର୍ବାଚନ ରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଭାବେ ପ୍ରତାପ କେଶରୀ ଦେବଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଥିଲେ ଏହି କର୍ମୀ ସମ୍ମିଳନୀ ରେ ବହୁସଂଖ୍ୟାରେ କର୍ମୀ ଓ ମହିଳା ଯୋଗ ଦେଇଥିଲେ