ସେକ୍ସ ର୍ୟାକେଟ୍ ଘଟଣାରେ ୪ କୋର୍ଟଚାଲାଣ
ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ଢେଙ୍କାନାଳ ସହରର ମଧ୍ୟ ଭାଗରେ ଥିବା ଏକ ଗେଷ୍ଟ ହାଉସ୍ରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୪ ମହିଳା ଓ ୮ ଯୁବକଙ୍କୁ ଅଟକ ରଖାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଗିରଫ ବ୍ୟକ୍ତିମାନେ ହେଲେ ଢେଙ୍କାନାଳ ସହର ମୀନା ବଜାରର ବୈକୁଣ୍ଠ ସାହୁ, ଶିମିଳିଆର ଟୁଲୁ ଓରଫ୍ ସର୍ବେଶ୍ୱର ଦାସ, ଭଗବାନପୁରର ମାନସ ରଞ୍ଜନ ପଣ୍ଡା ଓ ଓଡାପଡା ବ୍ଲକ ନାଧେରାର ରଜତ କୁମାର ବେହେରା । ଏମାନଙ୍କ ମଧ୍ୟରୁ ୨ ଜଣ ଗେଷ୍ଟ ହାଉସ୍ କର୍ମଚାରୀ ଥିବାବେଳେ ଜଣେ ସରକାରୀ କନିଷ୍ଠ ଯନ୍ତ୍ରୀ ଥିବା ସୂଚନା ମିଳିଛି । ହୋଟେଲ ମଧ୍ୟରୁ ବହୁ ପରିମାଣର ମଦ ବୋତଲ, ବ୍ୟବହୃତ ଓ ଅବ୍ୟବହୃତ କଣ୍ଡୋମ, ଉତ୍ତୋଜକ ବଟିକା ଜବତ କରିଥିବା ପୁଲିସ ପ୍ରକାଶ କରିଛି । ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ସହରର ଜଗନ୍ନାଥ ରୋଡ ଅଞ୍ଚଳରେ ଏକ ଗେଷ୍ଟ ହାଉସରେ ଦୀର୍ଘଦିନ ହେବ ସେକ୍ସ ର୍ୟାକେଟ ଚାଲୁଥିଲା । ଏ ନେଇ ଗତକାଲି କୌଣସି ସୂତ୍ରରୁ ଖବର ପାଇ ସନ୍ଧ୍ୟା ସମୟରେ ପୁଲିସ ଚଢ଼ାଉ କରି ୪ଜଣ ଯୁବତୀ ଓ ମ୍ୟାନେଜର ସହିତ ୮ଜଣ ପୁରୁଷଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖିବା ସହ ତଦନ୍ତ ଚଳାଇଥିଲା । ଚଢ଼ାଉ ବେଳେ ଗେଷ୍ଟ ହାଉସରୁ ରୁମରୁ କିଛି ଆପତ୍ତି ଜନକ ଜିନିଷ ସାମଗ୍ରୀ ଜବତ କରିଥିଲା । ୮ ଜଣଙ୍କ ମଧ୍ୟରୁ ୪ ଜଣ ଯୁବକ ଥିବାବେଳେ ୪ ଜଣ ପ୍ରାପ୍ତ ବୟସ୍କ ଲୋକ ଥିଲେ । ସେମାନଙ୍କ ମଧ୍ୟରେ ଗେଷ୍ଟ ହାଉସର ୨ ଜଣ କର୍ମଚାରୀ ଅଛନ୍ତି । ପୁଲିସ ସମସ୍ତଙ୍କ ଫୋନ୍ ଓ ଆଧାର କାର୍ଡ ନେଇ ଗତକାଲି ଠାରୁ ତଦନ୍ତ ଚଳାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଛାଡି ଦେଇଥିବା ବେଳେ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗେଷ୍ଟ ହାଉସ୍ର ମ୍ୟାନେଜର ବାହାରୁ ମହିଳାମାନଙ୍କୁ ଆଣି ସେମାନଙ୍କୁ ଅନୈତିକ କାର୍ଯ୍ୟରେ ଲଗାଉଥିଲା । ୨ମ୍ୟାନେଜର ଗରାଖମାନଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ସେମାନଙ୍କ ସହିତ ପାଉଣା ସମେତ ସମୟ ଓ ତାରିଖ ଫଇସଲା କରୁଥିଲେ । ଗରାଖମାନେ ଗେଷ୍ଟ ହାଉସକୁ ଆସିବା ପରେ ଏଥିନିମନ୍ତେ ରୁମ ମଧ୍ୟ ଯୋଗାଇ ଦେଉଥିଲେ ବୋଲି ପୁଲିସ ପ୍ରକାଶ କରିଛି ।