ପାନୀୟ ଜଳ ସମସ୍ୟା ନେଇ ନେତାଙ୍କୁ ଘେରିଲେ ଗ୍ରାମବାସୀ
ଆସିକା: ଆସିକା ବ୍ଲକ ସିଧନଈ ପଂ·ୟତର ବାଦଗଡ଼ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ନିର୍ବାଚନ ପ୍ର·ର ବେଳେ ବିଧାୟକକୁ ଘେରିଲେ ଗ୍ରାମବାସୀ । ନିର୍ବାଚନ ପରିପ୍ରେକ୍ଷୀରେ ଆସିକା ବିଜୁ ଜନତା ଦଳର ବିଧାୟକ ପ୍ରାଥୀନି ମଞ୍ଜୁଳା ସ୍ୱାଇଁଙ୍କ ପ୍ର·ର କରିବାକୁ ଅଲିପୁର, କୋଟିବାଡି, କରାତଳି ପ୍ର·ର ଶେଷ କରି ସିଧନଇ ପଂ·ୟତକୁ ଭୋଟ ଭିକ୍ଷା ମାଗିବାକୁ ଯାଉଥିଲେ । ଭୋଟ ପ୍ର·ର ଆରମ୍ଭ ସଂଗେ ସଂଗେ ଅନେକ ଲୋକ ବିଧାୟକ ଗାଡି ସାମ୍ନାରେ ଘେରି ଗତ ଥର ଆମର ଭୋଟ ନେଲ ପ୍ରତିଶୁ୍ରତି ଦେଇଥିଲ ବସୁଧା ଯୋଜନାରେ ଘର ଘରକୁ ପିଇବାକୁ ବିଶୁଦ୍ଧ ପାଣି ଦେବା ପାଇଁ । ହେଲେ ଦୀର୍ଘ ପାଞ୍ଚ ବର୍ଷ ହୋଇଗଲା ଆମ ଗ୍ରାମକୁ ପାଣି ଆସିଲା ନାହିଁ । ନିର୍ବାଚନ ସରି ପୁଣି ନିର୍ବାଚନ ଆସିଲା ହେଲେ ଆମ ଗ୍ରାମର ପିଇବା ପାଇଁ ପାନୀୟ ଜଳ ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ । ଏଣୁ ଏହାର ସମାଧାନ ନକଲେ ଆମେ ଭୋଟ ଦେବାର ନାହିଁ ବୋଲି ଲୋକେ ରୋକ୍ଠୋକ୍ କହିଥିଲେ । ଏହି ପ୍ର·ର କାର୍ଯ୍ୟକ୍ରମରେ ଆସିକା ପଂ·ୟତ ସମିତି ଅଧକ୍ଷ ପ୍ରତିନିଧି ଶିବ ନାହାକ, ବ୍ଲକ ବିଜେଡି ସଭାପତି ରାଜେଶ ପଟନାୟକ, ରେଶମା ଦୋରା, ନନ୍ଦ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ଏସମ୍ପର୍କରେ ଦାୟିତ୍ୱରେ ଥିବା ଗ୍ରାମ୍ୟ ଜଳ ପରିମଳ ବିଭାଗ ବରିଷ୍ଠ ଅଧିକାରୀକୁ ପ·ରିବାରୁ ସବୁ କାମ ଶେଷ ହୋଇଗଲାଣି କେବଳ ବିଦ୍ୟୁତ କାର୍ଯ୍ୟ ବାକି ରହିଛି ବୋଲି କହିଥିଲେ । ଶୀଘ୍ର କାମ ·ଲୁ କରିବାକୁ ଚେଷ୍ଟା କରିବୁ । ମେ ମାସ ଶେଷ ସୁଦ୍ଧା ଗ୍ରାମରେ ପାନୀୟ ଜଳ ସାଧାରଣ ଲୋକ ପାଇବେ ବୋଲି କହିଥିଲେ । ଅଧିକାରୀମାନଙ୍କ ସମନ୍ୱ୍ୱୟ ଅଭାବ କାରଣରୁ ଗ୍ରୀଷ୍ମ ଋତୁରେ ଲୋକମାନେ ପାନୀୟ ଜଳର ସମସ୍ୟାର ଅସନ୍ତୋଷକୁ ଭୋଟ ପ୍ର·ର ବେଳେ ବିଧାୟକ ପାଖରେ ଦୁଃଖକୁ ପ୍ରକାଶ କଲେ । ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିନାହିଁ ।