‘ସୂର୍ଯ୍ୟପ୍ରଭା’ ଆଶଙ୍କା ସତ ହେଲା.... ୬ ପାରିଷଦଙ୍କ ପାଇଁ ୨୬ ୱାର୍ଡ ବିକାଶରେ ବ୍ରେକ କଷିଲେ ନିର୍ବାହୀ ଅଧିକାରୀ
ବ୍ୟାସନଗର: ୬ ତାରିଖରେ ଦୃଢିକରଣ ହେବ ଆଉ ୧୨ ତାରିଖରେ ଟେଣ୍ଡର । ଏକଥା ସ୍ୱଂୟ ପୌର ନିର୍ବାହୀ ଅଧିକାରୀ ପ୍ରଦୀପ ପାଢୀ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଚଳିତମାସ ୬ତାରିଖରେ ପୌର ସାଧାରଣ ବୈଠକରେ ବ୍ୟାସନଗର ବିକାଶ ନିମନ୍ତେ ପ୍ରସ୍ତାବିତ ଟେଣ୍ଡର ପ୍ରକ୍ରୀୟା ଉପରେ ଆଲୋଚନା ହୋଇ ସଂଖ୍ୟାଧିକ ପାରିଷଦଙ୍କ ସମର୍ଥରେ ଦୃଢିକରଣ ହୋଇଥିଲା ।
ଅତଏବ ଆଜି ୧୨ତାରିଖ ବିଭିନ୍ନ ୱାର୍ଡ଼ ପାଇଁ ହେବାକୁ ଥିବା ବିକାଶ ମୂଳକ କାର୍ଯ୍ୟ ପାଇଁ ଟେଣ୍ଡର ହେବାକଥା । ହେଲେ ଟେଣ୍ଡର କରିବା ପୂର୍ବରୁ ବିଧେୟ ମତେ ପାରିଷଦ ବୈଠକର ରେଜୁଲେସନ କପି ଯୋଗାଇ ଦେବା କଥା । କିନ୍ତୁ ପୌର ପ୍ରଶାସନ ପକ୍ଷରୁ ତାହା କରାଗଲାନି । ଯାହାହିଁ ଟେଣ୍ଡର ନକରିବାର ସନେ୍ଦହ ପାରିଷଦଙ୍କ ମନକୁ ଆସିଥିଲା । ଆଜି ପୈାର କାର୍ଯ୍ୟାଳୟକୁ ଅଧିକାରୀ ଆସି ଟେଣ୍ଡର ସଂପର୍କରେ ଅଧ୍ୟକ୍ଷ ସୁବାସ ବଳଙ୍କ ସହ ଆଲୋଚନା କରି ୬ଜଣ ପାରିଷଦଙ୍କୁ ୧୮ଲକ୍ଷ କରି କାର୍ଯ୍ୟ ଦେଲେ ବିବାଦର ସମାଧାନ ହେବ ବୋଲି କହିଥିଲେ । ଯାହାକୁ ରୋକ୍ ଠୋକ୍ ମନା କରି ଦେଇଥିଲେ ଅଧ୍ୟକ୍ଷ ଶ୍ରୀ ବଳ । ଏହାହିଁନିର୍ବାହୀ ଅଧିକାରୀଙ୍କୁ ଖଟକା ଲାଗିଥିଲା । ୬ଜଣ ପାରିଷଦଙ୍କ ପାଇଁ ନିର୍ବାହୀ ଅଧିକାରୀ ୨୬ଗୋଟି ୱାର୍ଡ଼ ପାଇଁ ସ୍ଥିରିକୃତ ଟେଣ୍ଡର କରିବାକୁ ଇଛା କଲେନି । ଏନେଇ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଫୋନ କରି ମତାମତ ନେବାକୁ ଚେଷ୍ଠା କରାଯାଇଥିଲେ ବି, ସେ କିନ୍ତୁ ଫୋନ ଉଠାଇ ନଥିଲେ । ସତେ ଯେମିତି ନିର୍ବାହୀ ଅଧିକାରୀ କିଛି କହିବାକୁ ଚାହୁଁ ନଥିଲେ ।
ଦୃଢିକରଣ ହେଲା ପ୍ରସ୍ତାବ ତଥାପି...ଏକ ଆଶଙ୍କିତ ଖବର ସୂର୍ଯ୍ୟପ୍ରଭାରେ ଚଳିତ ମାସ ୭ ତାରିଖରେ ସୂର୍ଯ୍ୟପ୍ରଭାରେ ପ୍ରକାଶ ପାଇଥିଲା । ଟେଣ୍ଡର ହେବା ନହେବାର ପ୍ରଶ୍ନବାଚି ଚିହ୍ନ ଟାଣିଥିଲା ପୈାରହଲରେ ପାରିଷଦ ଅଶୋକ ରାଉତ୍, ଭରତ ଓଝା, ଟିନିଆ ନାୟକ, ରଶ୍ମିତା ରାଉତ୍, ମଣିନ୍ଦ୍ର ସାହୁ, ସରୋଜୀନୀ ସେଠୀ ପ୍ରମୂଖଙ୍କ ଧାରଣା । ପାରିଷଦଙ୍କ ଧାରଣା ଆଉ ଏକ ନାଟକର ଆୟାରମ୍ଭ ନୁହେଁ ତ? ବୋଲି ସେତେ ବେଳେ ଯେଉଁ ଆଶଙ୍କା କରାଯାଉଥିଲା, ଆଜି ଟେଣ୍ଡର ନହେବା ଘଟଣା ତାହାକୁ ପ୍ରମାଣିତ କରିଛି । ପ୍ରଶ୍ନ ଉଠୁଛି କାହା ଚାପରେ ନିର୍ବାହୀ ଅଧିକାରୀ । ଯଦି ଟେଣ୍ଡର କରିବାର ନଥିଲା, ତେବେ ବୈଠକ କରି ଦୃଢିକରଣ କର,ବୋଲି ପ୍ରସ୍ତାବ ରଖିଥିଲେ କହିଁକି? । ବ୍ୟାସନଗର ବିକାଶରେ ବାସ୍ତବରେ ପାରିଷଦ, ନିର୍ବାହୀ ଅଧିକାରୀ ନାଁ ଆଉ କିଏ ପ୍ରତିବନ୍ଧକ ସାଜୁଛନ୍ତି? । ୬ୱାର୍ଡ଼କୁ ୧୮ଲକ୍ଷ କରି ନଦେଲେ ଟେଣ୍ଡର କରିବାକୁ ପଛଘୁଂଚା ଦେଉଥିବା ନିର୍ବାହୀ ଅଧିକାରୀ ଅନ୍ୟ ୨୦ଗୋଟି ୱାର୍ଡକୁ ଉପେକ୍ଷା କରିବାକୁ କିଏ? ବ୍ୟାସନଗର ପୌର ରାଜନୀତି ତୁ ତୁ ମେଁ ମେଁରେ ଚାଲିଆସୁଥିବା ବେଳେ, ନିର୍ବାହୀ ଅଧିକାରୀ ବିକାଶରେ ତାଲା ଠୁଙ୍କିବା ଘଟଣା ସାଧାରଣରେ ନାପସନ୍ଦ କରାଯାଇଛି ।
ଜଣେ ଦାୟିତ୍ୱ ସଂପର୍ଣ୍ଣ ସରକାରୀ ଅଧିକାରୀଙ୍କ ଠାରୁ ପୈାରବାସୀ ଏହା ଆଶା କରିନଥିଲେ । ବ୍ୟାସନଗର ବିକାଶ ମାସମାସ ଧରି ଠପ୍ ହୋଇପଡ଼ିଥିବା ବେଳେ ୪କୋଟି ଟଙ୍କାର ଟେଣ୍ଡର ପ୍ରକ୍ରୀୟା ହୋଇପାରୁନି । କେତେ ବେଳେ ବିଜେଡ଼ି-କଂଗ୍ରେସ ପାରିଷଦ ଟେଣ୍ଡରପାଇଁ ଧାରଣାରେ ବସୁଛନ୍ତି ତ କେତେ ବେଳେ ସମାନ ଆବଂଟନ ଦାବି କରୁଥିବା ୬ପାରିଷଦ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହାହିଁ ପୈାର ବିକାଶରେ ବଡ଼ ପ୍ରତିବନ୍ଧକ ସାଜିଥିବା ବେଳେ ନିର୍ବାହୀ ଅଧିକାରୀ ମୁକସାଖି ସାଜିବାରେ ଲାଗିଛନ୍ତି । ଯାହା ନଗରବାସୀଙ୍କୁ କଷ୍ଠ ଦେବାରେ ଲାଗିଛି । ଦେଖିବାର ଅଛି ୬ ପାରିଷଦଙ୍କୁ ସନ୍ତୁଷ୍ଠ କରିବାକୁ ଯାଇ ଅଧିକାରୀ ୨୦ୱାର୍ଡ଼ର ବିକାଶକୁ କେତେମାସ ଯାଏ ଗଡ଼େଇ ଚାଲୁଛନ୍ତି ।