ନିଖୋଜ ଏସଏସଡି ଛାତ୍ରୀ ଉଦ୍ଧାର

 ନୀଳଗିରି : ଗତ ଅପ୍ରେଲ ୨୩ରେ ନୀଳଗିରି ହସ୍ପିଟାଲରେ ଚିକିସôାଧିନ ଥିବା ଜଣେ ଛାତ୍ରୀ ନିଖୋଜ ହେବାପରେ ବିଦ୍ୟାଳୟ କର୍ତ୍ତୁପକ୍ଷ୍ୟ, ହସ୍ପିଟାଲ୍ କର୍ତ୍ତୁପକ୍ଷ୍ୟ ଏବଂ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ଥିଲା । ଶେଷରେ ରବିବାର ନୀଳଗିରି ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ଜିଲ୍ଲା ରାଣୀତାଲ ଗ୍ରାମାଞ୍ଚଳ ଥାନା କିଆଗଡିଆ ଅଞ୍ଚଳରୁ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ନୀଳଗିରି ବ୍ଲକ ବଣଭୂଇଁ ଏସଏସଡି ବିଦ୍ୟାଳୟରେ ଅନ୍ତେବାସୀ ଭାବେ ନବମ ଶ୍ରେଣୀରେ ପଢ଼ୁଥିବା ଜୈନିକ ଛାତ୍ରୀ ଗତ ୨୧ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରାଯାଇଥିଲା । ଚିକିସôାଧୀନ ଅବସ୍ଥାରେ ମାତ୍ର ହଠାତ୍ ୨୩ତାରିଖ ଶୌଚଯିବା ବାହାନାରେ କେଉଁଆଡେ ନିଖୋଜ ହୋଇଯାଇଥିଲା । ଏନେଇ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ୨୪ତାରିଖ ନୀଳଗିରି ଥାନାରେ ଛାତ୍ରୀ ନିଖୋଜ ନେଇ ଲିଖିତ ଅଭିଯୋଗ ପରେ ପୁଲିସ ଛାତ୍ରୀ ସନ୍ଧାନରେ ଥିଲା । ଶେଷରେ ଆଜି ଛାତ୍ରୀଙ୍କୁ ଉଦ୍ଧାରକରି ନୀଳଗିରି ଆଣୁଥିବା ତଦନ୍ତକାରୀ ଅଧିକାରୀ ସବ୍ ଇନ୍ସପେକ୍ଟର ଶ୍ରୀନିବାସ ରାଉତ ସୂଚନା ଦେଇଛନ୍ତି ।