ଯୁବ କଂଗ୍ରେସର ପ୍ରତିଷ୍ଠା ଦିବସ
ଜଗତସିଂହପୁର : ଅଖିଳ ଭାରତ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସ ଓ ଅଗଷ୍ଟ କ୍ରାନ୍ତି ଦିବସ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ କେଦାର ଦଳେଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଯୋଗଦେଇ ଅଗଷ୍ଟ କ୍ରାନ୍ତି ଦିବସର ମହତ୍ତ୍ୱ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଅବଦାନ ସମ୍ବନ୍ଧରେ ଆଲୋଚନା କରିଥିଲେ । ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ବେଦଦୁ୍ୟତି ପୃଷ୍ଟି, ଇମତିୟାଜ ଅହମ୍ମଦ ଖାଁ, କୃଷ୍ଣଚନ୍ଦ୍ର ପ୍ରଧାନ, ହିଫଜୁଲ୍ ରହେମାନ, ସଙ୍କରେଶ୍ୱର ଦାସ, ଉମେଶ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।