ଭତ୍ତା ବଣ୍ଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ 

ଭତ୍ତା ବଣ୍ଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ 

ବରଗଡ : ବରଗଡରେ ବର୍ଦ୍ଧିତ ଭତ୍ତା ପ୍ରଦାନର ଶୁଭାରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସମାରୋହକୁ ଉଦଘାଟନ କରି ବରଗଡ ଜିଲ୍ଳାରେ ୧୪ ହଜାର ୫୭୨ ହିତାଧିକାରୀ ଏଥିରେ ଉପକୃତ ହେବେ ବୋଲି କହିଥିଲେ । ସେହିପରି ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ୧୫ ଦିନ ମଧ୍ୟରେ ଚିହ୍ନଟ କରାଯାଇ ସେମାନଙ୍କୁ ମଧ୍ୟ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ  । ରାଜ୍ୟ ସରକାର ୮୦ ବର୍ଷ ବୃଦ୍ଧବୃଦ୍ଧା ତଥା ୮୦ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ଏହି ବର୍ଦ୍ଧିତ ଭତ୍ତା ୩୫ ଶହ ଟଙ୍କା ଲେଖାଏଁ ପ୍ରଦାନ କରିବେ । ଜନସେବା ଦିବସ ଅବସରରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ବର୍ଦ୍ଧିତ ଭତ୍ତା ବଣ୍ଟନ ସମାରୋହରେ  ସାଂସଦ ପ୍ରଦୀପ ପୁରୋହିତ, ବରଗଡ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ବିଜେପୁର ବିଧାୟକ ସନତ ଗଡତିଆ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ପୌରାଧ୍ୟକ୍ଷ କଳ୍ପନା ମାଝୀ ପ୍ରମୁଖ ସାମିଲ ହୋଇ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଳାପାଲ ଆଦିତ୍ୟ ଗୋୟଲ, ପିଡି ଲଲାଟ ଲୁହା ପ୍ରମୁଖ ଉପସ୍ଥିତ ଥିଲେ ।