ଦୁଇ ଶହ ଟଙ୍କା ପାଇଁ ବାପାକୁ ମାରିଲା ପୁଅ 

ଦୁଇ ଶହ ଟଙ୍କା ପାଇଁ ବାପାକୁ ମାରିଲା ପୁଅ 

ରାଉରକେଲା : ଦକ୍ଷିଣ ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ଆଇଡିଏଲ୍‌ ଗୋପବନ୍ଧୁନଗରରେ ଘଟିଛି ଏକ ଅଭାବନୀୟ ଘଟଣା । ୨ଶହ ଟଙ୍କା ନଦେବାରୁ ପୁଅର ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଛି  । ମୃତକ ହେଲେ ଗୋପବନ୍ଧୁନଗରର ଗଗନ ବିହାରୀ ମଲ(୬୨) । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ସନ୍ତୋଷ ମଲ(୨୪)ଙ୍କୁ ଗିରଫ କରିଛି  । ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି  । ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ନିରଞ୍ଜନ ସେଠୀ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ଗୋପବନ୍ଧୁନଗରରେ ଗଗନ ୨ ପୁଅଙ୍କ ସହ ରହୁଥିଲେ ଏବଂ ଆଇଡିଏଲ୍‌ ଛକରେ ଏକ ପାନଦୋକାନ କରି ପରିବାର ଚଳାଉଥିଲେ  । ଗୁରୁବାର ମଧ୍ୟାହ୍ନରେ ସାନପୁଅ ସନ୍ତୋଷ ଘରେ ତିଆରି ହୋଇଥିବା ଖାଦ୍ୟ ଖାଇବାକୁ ଅରାଜି  ହୋଇଥିଲେ  । ପରେ ସେ ପାନଦୋକାନକୁ ଯାଇ ଗଗନଙ୍କୁ ୨ଶହ ଟଙ୍କା ମାଗିଥିଲେ । ଗଗନ ଟଙ୍କା ଦେବାକୁ ମନା କରିବାରୁ ସନ୍ତୋଷ ଦୋକାନ ଭିତରେ ଥିବା ଏକ କାଠବେଣ୍ଟରେ ତାଙ୍କ ମୁଣ୍ଡ ପଛପଟକୁ ପିଟି ଦେଇଥିଲେ  । ଫଳରେ ଗଗନ ତଳେ ପଡ଼ିଯାଇଥିଲେ । ଏହାପରେ ସେ ବାପାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସ୍ଥାନୀୟ ଲୋକେ ଗଗନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆର୍‌ଜିଏଚ୍‌ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଏ ନେଇ ମୃତକଙ୍କ ସ୍ତ୍ରୀ ପ୍ରମିଳା ମଲ(୬୦) ଥାନାରେ ଏତଲା ଦେଇଛନ୍ତି ।