ରୋଗ ପୂର୍ବାନୁମାନ କରିିବ ବିଶ୍ୱବିଦ୍ୟାଳୟର ଡିଏନ୍ଏ କିଟ୍

 ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜ୍ୟୋତି ବିହାର ସ୍ଥିତ ଉପାଧିତ୍ତୋର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ପକ୍ଷରୁ ମଣିଷ ଶରୀରରେ ରୋପ ନିରୂପଣ ଓ ବିଭିନ୍ନ ଅଙ୍ଗର ସ୍ଥିତିର ପୂର୍ବାନୁମାନ ପାଇଁ ଏକ ଡିଏନ୍ଏ କିଟ୍ ଉଦ୍ଭାବନ କରାଯାଇଛି । ଏହି କିଟ୍ ଜରିଆରେ ମଣିଷର ଛେପ ସଂଗ୍ରହ କରାଯାଇ ପରୀକ୍ଷଣ କରାଯିବ । ଆଗାମୀ ୫ବର୍ଷ ମଧ୍ୟରେ କ’ଣ ରୋଗ ହୋଇପାରେ ତାହା କିଟ୍ ଜରିଆରେ ସ୍ପଷ୍ଟ ହେବ । ଏହି ପରୀକ୍ଷା ଜରିଆରେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ନାୟୁଗୁଡିକର ସ୍ଥିତି, କର୍କଟ, ମଧୁମେହ ଆଦି ରୋଗ ପୂର୍ବାନୁମାନ କରାଯାଇ ଆବଶ୍ୟକ ନିଦାନ ଏବଂ ଔଷଧର ବ୍ୟବସ୍ଥା କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା ୪୦୦ଜଣ ଲୋକଙ୍କ ନମୁନା ସଂଗ୍ରହ କରାଯାଇ ମୁମ୍ବାଇ ପଠାଯାଇଛି ବୋଲି ଗବେଷଣା କରୁଥିବା ଡାକ୍ତର ଦିବ୍ୟରଞ୍ଜନ ସାହୁ କହିଛନ୍ତି । ଏହି ଗବେଷଣା ଓ ଉଦ୍ଭାବନ ଚିକିତ୍ସା ବିଜ୍ଞାନରେ ନୂଆ ମାର୍ଗ ଦେଖାଇବ । ପରୀକ୍ଷାର ଫଳାଫଳ ଅନୁଯାୟୀ ସଂପୃକ୍ତ ବ୍ୟକ୍ତିଙ୍କୁ ଜୀବନଯାପନର ଶୈଳୀ ଓ ଉପଯୁକ୍ତ ଖାଦ୍ୟପେୟ ଜରିଆରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରାଯିବ । ଡବ୍ଲୁଆଇଏନ୍ ଡିଏନ୍ଏ ନାମକ ସ୍ମାର୍ଟଅପ୍ କମ୍ପାନୀ ରହିଛି । ସୂଚନାଯୋଗ୍ୟ ଯେ, ବିଶ୍ୱବିଦ୍ୟାଳୟର ପକ୍ଷରୁ ପୂର୍ବରୁ ମଧୁମେହ ରୋଗୀ ଏବଂ ଅନ୍ୟାନ୍ୟ ରୋଗ ପାଇଁ ୩ଟି ଆୟୁର୍ବେଦିକ ଚା ପୂର୍ବରୁ ପ୍ରସ୍ତୁତ କରାଯାଇଛି ।