ଡାକସେବା ଠପ୍, ଲୋକେ ହନ୍ତସନ୍ତ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ମୁଖ୍ୟଡାକଘର ଅଧିନରେ ଥିବା ୨୭ଗୋଟି ପଞ୍ଚାୟତର ଗ୍ରାମାଞ୍ଚଳ ଡାକଘରେ ତା ୨୯/୭/୨୫ରିଖଠାରୁ ସମସ୍ତ ସେବାବନ୍ଦ ରହିଥିବାରୁ ଡାକଘର ଗ୍ରାହକମାନେ ଦିନକୁ ଦିନ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି । ଏ ବାବଦରେ ଗଁଦିଆ ମୁଖ୍ୟ ଡାକଘର ଅଧିକାର ମତ ଦିଅନ୍ତି ସପ୍ଟୱାର କାର୍ଯ୍ୟକ୍ଷମ ହେଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଏବଂ ଆହୁରି ୬/୭ଦିନ ଲାଗିବ ସମସ୍ୟାର ସମାଧାନ ପାଇଁ ଏବଂ ଏଥିରେ କିଛି କରିପାରିବେ ନାହିଁ ବୋଲି ମତ ଦେଇଛନ୍ତି । ସୂଚନାଯୋଗ୍ୟ, ଗ୍ରାମାଞ୍ଚଳରେ ସରକାରୀ ଯୋଜନାକୁ ଲୋକାଭିମୁଖୀ କରାଇବା ଦିଗରେ ଡାକଘରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବାବେଳେ ଏଭଳି ସମସ୍ୟା ଉପୁଜିଥିବାରୁ ଗ୍ରାହକ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଠପ୍ ହୋଇପଡ଼ିଥିବା ଡାକସେବାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ ଅଧିକାରୀ ତଥା ରାଜ୍ୟମୁଖ୍ୟ ଡାକ ଅଧିକାରୀ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି ।