୬୬୨ ବର୍ଗ ଅଧ୍ୟାପକ କର୍ମ·ରୀ ସଂଘର ଦାବିପତ୍ର
ବଲାଙ୍ଗିର : ସ୍ଥାନୀୟ ଯାଦବ ଭବନରୁ ୬୬୨ ବେସରକାରୀ ଅଧ୍ୟାପକ କର୍ମ·ରୀ ସଂଘ ଦୁଇ ଦଫା ଦାବି ନେଇ କର୍ମ·ରୀ ସର୍ତ୍ତାବଳୀ ଓ ପେନସନ ଦାବି ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦେ୍ଦଶ୍ୟରେ ଦାବି ପ୍ରଦାନ କରାଯାଇଥିଲା । ପ୍ରଥମେ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯାଇଥିଲା ଏବଂ ଦାବିପତ୍ର ପ୍ରଦାନ କରାଯାଇଥିଲା । ଯୁକ୍ତ ଦୁଇ ଓ ଯୁକ୍ତ ତିନ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମ·ରୀ ବୃନ୍ଦ ରାଜ୍ୟ ନେତୃମଣ୍ଡଳୀର ନିଦେ୍ର୍ଦଶକ୍ରମେ ଦାବି ପ୍ରଦାନ କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ସଭାପତି ପ୍ରଣବ କୁଅଁର, ସଂପାଦକ ଛବିଳ ବଗର୍ତ୍ତି, ଉପ-ସଭାପତି ରାଜେଶ ମିଶ୍ର, ସହ-ସଂପାଦକ ପ୍ରମୋଦ କୁମାର ବଡପଣ୍ଡା, ଚକ୍ରଧର ପ୍ରଧାନ, ପ୍ରଦୀପ ଠାକୁର, ମୁକେଶ ସାହୁ, ଜୟକୃଷ୍ଣ ସାହୁ, ସଂଜୟ ସିଂ, ପୁରୁଷୋତ୍ତମ ଭଞ୍ଜ, ଶିବ ଉଦ୍ଗାତା, କୃପାସିନ୍ଧୁ ଯୋଷୀ, ଜୟ ପ୍ରକାଶ ମିଶ୍ର, ସୁବ୍ରତ ପାଢୀ, ଅଶୋକ ତ୍ରିପାଠୀ, ଅନୁପମ ବହେରା, ହରେଶ ବେହେରା ପ୍ରମୁଖ ଉପସ୍ଥିତ ରହିିଥିଲେ ।