ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଯୁବ ବ୍ୟବସାୟୀ ମୃତ

 ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଗୋଲାମୁଣ୍ଡା ଗ୍ରାମରେ ଜଣେ ଯୁବ ବ୍ୟବସାୟୀଙ୍କର ବିଦୁ୍ୟତ ଆଘାତରେ ମୃତୁ୍ୟ ହୋଇଥିବା ଜଣାପଡିଛି  । ମୃତକ ଯୁବ ବ୍ୟବସାୟୀ ଜଣକ ହେଲେ ଗୋଲାମୁଣ୍ଡା ଗ୍ରାମର ରାକେଶ କୁମାର ଅଗ୍ରୱାଲ (୩୮)  । ସେ ଗୋଲାମୁଣ୍ଡା ବ୍ଲକର ଜଣେ ସୁପରିଚିତ ଯୁବ ବ୍ୟବସାୟୀ ଥିଲେ  । ସୂଚନାଯୋଗ୍ୟ ଯେ, ସେ ତାଙ୍କ ଗୋଦାମ ଗୃହରେ ଥିବା ବେଳେ  ବିଦୁ୍ୟତ ସଂସ୍ପର୍ଶରେ ଆସିଥିଲେ  । ସେହି ସମୟରେ ତାଙ୍କୁ ବିଦୁ୍ୟତ ଆଘାତ ଲାଗିଥିଲା ଫଳରେ ସେଠାରେ ସେ ଅଚେତ ହୋଇପଡିଥିଲେ । ପରେ ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଧର୍ମଗଡ଼ ଉପଖଣ୍ଡ ଚିକିସôାଳୟ କୁ ରେଫର କରାଯାଇଥିଲା ।  ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବ ବ୍ୟବସାୟୀଙ୍କ ଶୋକ ଖବର ପାଇବା ପରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଜନ ସଂଗ୍ରାମ ସମିତି ସଭାପତି ସାଉଳ ମଙ୍ଗରାଜ, ପିସିସି ସମ୍ପାଦକ ତୁଲେଶ୍ୱର ନାଏକ, ବ୍ଲକ କଂଗ୍ରେସ ସଭାପତି ନୌକେଶ୍ୱର ପୁଟେଲ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି  । ଖବର ପାଇ ଗୋଲାମୁଣ୍ଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।