ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଟାଙ୍ଗୀ: କଟକ ଜିଲ୍ଲା ଚୌଦ୍ୱାର ପୌର ପାଳିକା ଅନ୍ତର୍ଗତ ଆଠ ନମ୍ବର ୱାର୍ଡ ଠାରେ ଥିବା ମୁଣ୍ଡା ସାହିରେ ରନôାକର ସେଠିଙ୍କ ଘରେ ବିଳମ୍ବିତ ରାତିରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଜଳି ନଷ୍ଟ ହୋଇ ଯାଇଛି  । ପ୍ରକାଶ ଯେ ତାଙ୍କ ପରିବାରର ସମସ୍ତେ ରାତିରେ ସୋଇଥିବା ସମୟରେ ଏକ ନିଆଁ ହୁଳା ପରିବାର ଲୋକଙ୍କ ଉପରେ ପଡିଯିବାରୁ ସେମାନେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଲିଭାଇ ଥିଲେ  । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦମକଳ ବାହିନୀ କୁ ଖବର ଦେଇଥିଲେ  । ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ  । ଅନ୍ୟ ପକ୍ଷରେ ସ୍ଥାନୀୟ ପାରିଷଦ ଘଟଣା ସ୍ଥଳରେ ଏପର୍ଯ୍ୟନ୍ତ ପହଂଚି ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି  ।