ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡଙ୍ଗରିଆ କନ୍ଧ
ରାୟଗଡ଼ା : କୋରାପୁଟ ସ୍ଥିତ ଜନ ଶୁଣାଣି କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଲାଞ୍ଜିଗଡ, ପାର୍ସଲୀ ଓ ରାୟଗଡା ଠାରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ । ପ୍ରଥମେ ଡ଼ଙ୍ଗରିଆ ଭଉଣୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଉତ୍ତୋରତର କାମନା କରିଥିଲେ । ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶୀର୍ବାଦ କରିଥିଲେ । ଏହି ପରିପ୍ରେକ୍ଷୀରେ ନିୟମଗିରି ଓ ଲାଙ୍ଗିଗଡ ଅଞ୍ଚଳ ସମୂର୍ଣ୍ଣ ଭାବେ ଅବହେଳିର ଶୀକାର ହେବା ସହ ମୌଳିକ ସୁବିଧା ବଞ୍ଚôତ ଥିବା ନେଇ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷର୍ଣ କରିଥିଲେ । ଯେପରି ପ୍ରତ୍ୟେକ ଗ୍ରାମକୁ ରାସ୍ତା ଘାଟ, ପିଇବାପାଣି, ଜଳସେଚନ, ଉତ୍ତମ ସ୍ୱାସ୍ଥ୍ୟର ବ୍ୟବସ୍ଥା, ଶିକ୍ଷା, ବିଭିନ୍ନ ଉନ୍ନୟନ ମୂଳକ ବିଷୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ନିୟମଗିରି ସୁରକ୍ଷା ଚାରିଟେବଲ ଟ୍ରଷ୍ଟର ନେତୃତ୍ୱ ନେଇଥିଲା ।