ଗଡ଼ିଲା ବିକାଶ ବାହନ ରଥ

 କାଳିଆପାଣି: ବିଜେପି ସରକାରଙ୍କ ଏକ ବର୍ଷ ପୂରଣ ଉପଲକ୍ଷେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଁସୋଳ ପଞ୍ଚାୟତରେ ବିଜେପି ସରକାରଙ୍କ ବିକାଶ ବାହନ ରଥ ପରିକ୍ରମା କରିଛି । ସୁକିନ୍ଦା ବ୍ଲକ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀ ଗଣ ଏଥିରେ ସାମିଲ ହୋଇ ଏହି ଗ୍ରାମ ପଞ୍ଚାୟତରେ ସରକାରଙ୍କ ଦ୍ୱାରା ଉପକୃତ ହୋଇଥିବା ଲୋକଙ୍କ ତାଲିକା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ସ୍ଥରୀୟ ଅଧିକାରୀଙ୍କ ସମେତ ରାଁସୋଳ ଗ୍ରାମ ପଞ୍ଚାୟତର ସମସ୍ତ ଏମବିକେ, ସିଆରପି, ବନବିଭାଗ କର୍ମଚାରୀ ସାମିଲ ଥିଲେ । ସରପଞ୍ଚ କନକଲତା ସର୍ଦାର ଏହାର ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମଟିକୁ ସମ୍ପର୍ଣ୍ଣ କରିଥିଲେ ।