ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

କନ୍ଧମାଳରେ ପୁଣି  ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା। ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଚିହ୍ନଟ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ତୁମୁଡିବନ୍ଧ ବ୍ଳକ ଅଞ୍ଚଳର ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଘଟିଛି।
ମିଳିଥିବା ସୂଚନା ଅନୁସାରେ, ଗ୍ରୀଷ୍ମ ଅବକାଶ ପରେ ଛାତ୍ରୀମାନେ ଆବାସିକ ବିଦ୍ୟାଳୟକୁ ଫେରିଥିଲେ। ହେଲେ ଏକ ମାସ ହେବାରୁ ମାସିକ ଋତୁସ୍ରାବ ତଦାରଖ କରିବା ସମୟରେ ଦୁଇ ଜଣ ଛାତ୍ରୀଙ୍କ ପଜିଟିଭ ଥିବା ଜଣାପଡ଼ିଛି। ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ଓ ତାଙ୍କ ନିର୍ଦ୍ଦେଶରେ ଡାକ୍ତରୀ ମାଇନାର ରିପୋର୍ଟରୁ ଉକ୍ତ ଦୁଇ ଜଣ ଛାତ୍ରୀ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିଲା। ଉଭୟ କୋଟଗଡ଼ ଓ ବେଲଘର ଥାନା ଅଞ୍ଚଳର ବୋଳି ଜଣାପଡ଼ିଥିଲା। ଏହା ପରେ ପୃଥକ ଭାବରେ ଦୁଇଟି ଥାନାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଲିଖିତ ଭାବରେ ଏତଲା ଦେଇଥିଲେ। ଏତଲାକୁ ଆଧାରକରି କୋଟଗଡ଼ ଥାନାରେ କେସ ନମ୍ବର ୧୦୩/୨୫ ଏବଂ ସେହିଭଳି ବେଲଘର ଥାନାରେ ୬୪/୨୫ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଚାଲିଥିବାବେଳେ ବେଲଘର ପୋଲିସ ଉକ୍ତ ଘଟଣାରେ ଜଣେ ଯୁବକକୁ ଅଟକ ରଖି ପଚରାଉଚରା ଜାରି ରଖିଛି। କୋଟଗଡ଼ ପୋଲିସ ମଧ୍ୟ ସଂପୃକ୍ତ ଯୁବକକୁ ଚିହ୍ନଟ କରିବାରେ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି।