ସ୍ୱାଧୀନତା ଦିବସ ନେଇ ଅଭ୍ୟାସ ପରେଡ୍
ଖୋର୍ଦ୍ଧା: ଜିଲ୍ଲା ସଦର ମହକୁମା ବିଜେବି ହାଇସ୍କୁଲ ଖେଳ ପଡ଼ିଆରେ ରିଜର୍ଭ ଇନ୍ସପେକ୍ଟର ଅଫ ପୁଲିସ ସତ୍ୟ କାନ୍ତ ମନୋରଞ୍ଜନ ଜେନାଙ୍କ ପରିଚାଳନାରେ ଅଭ୍ୟାସ ପରେଡ୍ ଅନୁଷ୍ଠିତ ହୋଇଛି । ଅଭ୍ୟାସ ପରେଡରେ ଆଇଟିବିପି, ତରତୁଆ ସମେତ ଏପିଆର, ଗୃହରକ୍ଷୀ ବାହିନୀ, ପୁଲିସ ବ୍ୟାଣ୍ଡ ପାର୍ଟି ଏବଂ ବିଭିନ୍ନ କଲେଜ, ଉଚ୍ଚ ମାଧ୍ୟମିକ ସ୍କୁଲ, ହାଇସ୍କୁଲ ଏବଂ କଲେଜସ୍ତରୀୟ ଏନ୍ସିସି, ସ୍କାଉଟ୍, ଗାଇଡ, ସିଭିଲିଆନ୍ ବିଭାଗରେ ବିଭିନ୍ନ ବର୍ଗର ଗ୍ରୁପ୍ମାନେ ଅଂଶ ଗ୍ରହଣ କରିଥିଲେ । ଆଜିର ଅଭ୍ୟାସ ପ୍ୟାରେଡ୍ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରା, କାର୍ଯ୍ୟାଳୟର କର୍ମଚାରୀ, ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ କର୍ମଚାରୀ ବିଜେବି ହାଇସ୍କୁଲ କ୍ରୀଡା ଶିକ୍ଷକ ଚିନ୍ମୟ ମାର୍ଥା, ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି କବିରାଜ ପ୍ରଧାନ ଏବଂ ରିଜର୍ଭ ଇନ୍ସପେକ୍ଟର ଅଫ୍ ପୁଲିସ କାର୍ଯ୍ୟାଳୟ ସର୍ଜଣ୍ଟ, ହାବିଲଦାର ଏବଂ ସମସ୍ତ ଗ୍ରୁପର ଗାଇଡ ଶିକ୍ଷକ ଉପସ୍ଥିତ ଥିଲେ ।