ଚୈତନ୍ୟ ମହାପ୍ରଭୁଙ୍କ ମହନ୍ତ ଉପାସନା ଉସôବ
ପୁରୀ : ଶ୍ରାବଣ ମାସ ଦଶମୀ ତିଥିରୁ ଆରମ୍ଭ ହୋଇଥିବା ପବିତ୍ର ଝୁଲଣ ଯାତ୍ରାର ରବିବାର ହୋଇଛି ଶେଷ । ରଂଗୀନ ଆଲୋକ ମାଳା ସହ ସୁସଜ୍ଜିତ ଦୋଳିରେ ବସି ଝୁଲୁଛନ୍ତି ରାଧାକୃଷ୍ଣ । ସପ୍ତଦିବସ ବ୍ୟାପି ଝୁଲଣ ଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ସଂଗୀତ ଆସରରେ ମଠ ବାଡ଼ିରେ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ଗୌରବିହାର ଆଶ୍ରମ ମାତା ମଠ ପରିସରରେ ଚୈତନ୍ୟ ମହାପ୍ରଭୁଙ୍କ ୬୪ ମହନ୍ତ ଉପାସନା ଉସôବ ଅନୁଷ୍ଠିତ ହୋଇଯାଇଛି । ମଠର ମହନ୍ତ ସୁବଳ ଚରଣ ଦାସମହାରାଜଙ୍କ ତତ୍ତ୍ୱାବଧାନରେ ଅନେକ ମଠର ମଠାଧୀଶମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ମଠ ପରିସରରେ ଝାଞ୍ଜ କୀର୍ତ୍ତନର ଆସର ଜମିିଥିଲା । କାର୍ଯ୍ୟକ୍ରମରେ ମଠ ମହନ୍ତ ରାମଚରଣ ଦାସ, ବିଜୟ ରାମାନୁଜ ଦାସ, ଅଭିରାମ ଦାସ, କରୁଣାନିଧି ଦାସ, ଅର୍ଜୁନ ଦାସ, ପଦ୍ମଚରଣ ଦାସ, ଶ୍ରୀନିବାସ ଦାସ, କୃଷ୍ଣଗୋପାଳ ଦାସ, କୌଶଳ କିଶୋର ଦାସ ପ୍ରମୁଖ ମହନ୍ତମାନେ ଯୋଗଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମଠ ମହନ୍ତ ଶ୍ରୀ ସୁବଳ ଚରଣ ଦାସମହାରାଜ ପରିଚାଳନା କରିଥିଲେ ।