ଖୁଦୁରୁକୁଣୀ ଓଷା ଆରମ୍ଭ

 ପୁରୀ : ଭାଦ୍ରବ ମାସର ପ୍ରଥମ ରବିବାରରୁ ଆରମ୍ଭ ହୋଇଛି ଖୁଦୁରୁକୁଣୀ ଓଷା । ଅନୂଢା କିଶୋରୀ ଅବିବାହିତା ଯୁବତୀ ଓ ବିବାହିତା ମାନେ ଓଷା କରିବା ସହ ମା ମଙ୍ଗଳାଙ୍କ ପ୍ରତିରୂପ ଖୁଦୁରୁକୁଣୀ ବା ଭାଲୁକୁଣିଙ୍କ ମୃଣ୍ମୟ ମୂର୍ତ୍ତି ପୂଜା କରିଛନ୍ତି । ସକାଳେ ଓଷା କରିଥିବା କିଶୋରୀ ଓ ଯୁବତୀମାନଙ୍କ ଦ୍ୱାରା ବାଲୁକା ପୂଜା କରାଯାଇଥିଲା । କୁମାରୀମାନେ ବିଭିନ୍ନ ପୁଷ୍କରିଣୀ ତଟରେ ବାଲିରେ ମନ୍ଦିର ନିର୍ମାଣ କରି ଫୁଲରେ ସଜାଇବା ସହ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ ପୂର୍ବକ ପୂଜା କରିଥିଲେ । ପୂଜକଙ୍କ ଦ୍ୱାରା ଭାଲୁକୁଣିଙ୍କ ମୃଣ୍ମୟମୂର୍ତ୍ତିରେ ଜୀବନ୍ୟାସ ଦିଆଯାଇଥିଲା । ଭାଲୁକୁଣିଙ୍କ ପୂଜାର୍ଚ୍ଚନା ପରେ ଓଷା କରିଥିବା କିଶୋରୀ ଓ ଯୁବତୀମାନେ ବ୍ରତ ପିନ୍ଧିଥିଲେ ।