ଅଚଳ ସୋଲାର ପମ୍ପ  : ନଳକୂପରୁ ବାହାରୁଛି ଗୋଳିଆପାଣି

ସୁକିନ୍ଦା : ଗୋଟେ ପଟେ ସୋଲାର ପମ୍ପ ଅଚଳ ହୋଇପଡ଼ିଥିବା ବେଳେ ଅନ୍ୟପଟେ ନଳକୂପରୁ ବାହାରୁଛି ଗୋଳିଆ ପାଣି । ଫଳରେ ସୁକିନ୍ଦା ବ୍ଲକ  ପିମ୍ପୁଡିଆ ପଞ୍ଚାୟତର ମହାରଣା ସାହି ଓ ଅର୍ଜୁନଝର ମୁଣ୍ଡା ସାହି ବାସିନ୍ଦା ଶୁଦ୍ଧ ପାଣି ପାଇବାରୁ ବଞ୍ଚôତ ରହିଛନ୍ତି । ଏଠାକାବାସୀନ୍ଦା ଖରାଦିନ ଦିନେ ଶୁଦ୍ଧ ପାନୀୟ ଜଳ ପାଇଁ ନାହିଁନଥିବା ହଇରାଣ ହୋଇଥାନ୍ତି ବୋଲି ଅଭିଯୋଗ କରିଛନ୍ତି । ସାହିବାସୀନ୍ଦାଙ୍କ ଅଭିଯୋଗ ମତେ ସୋଲାର ପମ୍ପ ଖରାପ ହୋଇଥିବା ବେଳେ ଏଠି ନଳକୂପ ଗୋଟିଏ ଅଛି ଗାଁ ଯାକର ଲୋକେ ଏହି ଗୋଟିଏ ନଳକୂପ ଉପରେ ହିଁ ନିର୍ଭର କରିଥାନ୍ତି । ହେଲେ ସେହି ନଳକୂପରୁ ଗୋଳିଆ ପାଣି ବାହାରୁଛି । ମେଗା ପାନୀୟ ଜଳ ପ୍ରକଳ୍ପରେ ପ୍ରତି ଘରେ ପାଣିପାଇପ ଯୋଗାଇ ଦିଆଯାଇଛି ସତ କିନ୍ତୁ ୩ବର୍ଷ ହେବ ପାଣି ଆସୁନି । ୨ଟି ସୋଲାର ପଏଣ୍ଟ ଥିବା ବେଳେ ଗୋଟିଏ ଅଚଳ ଥିବା ବେଳେ ଅନ୍ୟଟି ବନବିଭାଗ ପକ୍ଷରୁ ଆସିଥିବା ଚାରାକୁ ପାଣି ଯୋଗାଉଛି । ଅର୍ଜୁନଝର ମୁଣ୍ଡା ସାହିର ଲୋକମାନଙ୍କୁ ପାଣି ଟୋପେ ମିଳୁନଥିବା ଅଭିଯୋଗ କରିଛନ୍ତି । ତେବେ ଯଥାଶୀଘ୍ର ପାଣି ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀ ବ୍ଲକ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।  ବିଡ଼ିଓଙ୍କୁ ପଚାରିବାରେ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ।