ଜେଲରେ କଏଦୀଙ୍କ ମୃତୁ୍ୟ, ତଦନ୍ତ ଦାବି
କେନ୍ଦୁଝର: କେନ୍ଦୁଝର ଜେଲରେ ଆଜି ଜଣେ ଆଜୀବନ ସଜା ଭୋଗୁଥିବା କଏଦୀଙ୍କ ମୃତୁ୍ୟ ହୋଇଛି । ମୃତ କଏଦୀଙ୍କ ନାମ ରୟା ମୁଣ୍ଡା(୬୭) ଏବଂ ତାଙ୍କ ଘର ବାମେବାରୀ ଥାନା ଅନ୍ତର୍ଗତ ମଲଦା ମୁଣ୍ଡାସାହିରେ ବୋଲି ଜଣାପଡିଛି । ସେ ଗୁଣିଗାରେଡି ସନେ୍ଦହରେ ଜଣଙ୍କୁ ହତ୍ୟା ଅଭିଯୋଗରେ ୧୮/୦୧/୨୦୧୬ରେ ଗିରଫ ହୋଇ ବଡବିଲ ଉପକାରାଗାରରେ ଥିଲେ । ପରେ ୨୦/୧୨/୨୦୧୮ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ଚମ୍ପୁଆ ଉପକାରାଗାରରେ ଥିଲେ । ସେଠାରୁ କେନ୍ଦୁଝର ମୁଖ୍ୟ କାରାଗାରକୁ ୦୭/୦୩/୨୦୨୦ରେ ସ୍ଥାନାନ୍ତରଣ ହୋଇ ଆସିଥିଲେ । ଆଜି ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଚିକିସôା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପୂର୍ବାହ୍ନ ୧୧ଟା ୧୫ମିନିଟରେ ଅଣାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସକାଳୁ ତାଙ୍କ ଦେହ ଅସୁସ୍ଥ ହୋଇଥିଲେ ହେଁ ବିଳମ୍ବରେ ଚିକିସôା ପାଇଁ କେନ୍ଦୁଝର ମୁଖ୍ୟ ଚିକିସôାଳୟକୁ ପଠାଯିବାରୁ ତାଙ୍କର ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ଜେଲ ପରିସରରେ ଥିବା ସିସିଟିଭି ଯାଂଚ ହେଲେ ସତ୍ୟାସତ୍ୟ ଜଣାପଡିବ । ସେ ଜଣେ ରୋଗୀ ଏବଂ ବୟସ ଅଧିକ ଥିବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଇ ନଥିବାରୁ ତାଙ୍କର ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି ।