ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ ଯୁବ ମୋର୍ଚ୍ଚା ସଭାପତି
ନୂଆପଡା : ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା ଭେଟି ଜିଲ୍ଲାରେ ଧାନ ସଂଗ୍ରହ ଉପରେ ଆଲୋଚନା କରିଛନ୍ତି । ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ଟାର୍ଗେଟ ସରି ଯାଇଥିବାରୁ ମଣ୍ଡିରୁ ଧାନ ଉଠିପାରୁନି । ଏଣୁ ଜିଲ୍ଲାର ଚାଷୀଙ୍କ ଧାନ ସଂଗ୍ରହ କରିବାକୁ ଅନୁରୋଧ କରିଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ଶ୍ରୀ ପଣ୍ଡାଙ୍କ କଥା ରକ୍ଷା କରି ଜିଲ୍ଲାର ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଜିଲ୍ଲାର ସମସ୍ତ ମଣ୍ଡିରୁ ସବୁ ଚାଷୀଙ୍କ ଧାନସଂଗ୍ରହ ପାଇଁ ୩୦ହଜାର କ୍ୱିଣ୍ଟାଲ ଅଧିକ ଟାର୍ଗେଟ ବୃଦ୍ଧି କରିଥିବା ଯୁବନେତା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।